ବାସୁଦେବପୁରରେ ପୋଲିସ-ଡକାୟତ ମୁହାଁମୁହିଁ , ଡକାୟତି ଉଦ୍ୟମ ଯୋଜନା ବେଳେ ଗୁଳିମାଡ଼

ବାସୁଦେବପୁର(କେନ୍ଯୁଜ୍) : ଡକାୟତି-ପୋଲିସ ମୁହାଁମୁହିଁ । ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ବାସୁଦେବପୁର ଆର୍ତ୍ତୁଙ୍ଗ ଗାଁରେ ଡକାୟତି ଉଦ୍ୟମ କରିବାକୁ ଯୋଜନା କରୁଥିଲେ । ରାସ୍ତା ପାଖରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ପହଞ୍ଚି ଯାଇଥିଲା । ପୋଲିସକୁ ଦେଖି ଡକାୟତମାନେ ଗୁଳି ଚାଳନା କରିଥିଲେ । କିଛି ସମୟ ଧରି ପୋଲିସ ଓ ଡକାୟତଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।
ପୋଲିସ ୨ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ ଓ ୬ ରାଉଣ୍ଡ ଗୁଳି ଜବତ କରିଛି । ସେହି ଘରେ ପାଖାପାଖି ମାସେ ହେବ ୪ ଜଣ ରହୁଥିଲେ ବୋଲି ଗାଁଲୋକେ କହିଛନ୍ତି ।