ସୁନାବେଡ଼ା ଅଭୟାରଣ୍ୟରେ ଧ୍ୱଂସ ହୋଇଗଲା ମାଓ କ୍ୟାମ୍ପ, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ମାଓ ପୁସ୍ତିକା ଜବତ

କେନ୍ୟୁଜ୍(ବ୍ୟୁରୋ):ସୁନାବେଡ଼ା ଅଭୟାରଣ୍ୟରେ ମାଓ କ୍ୟାମ୍ପ ଧ୍ୱଂସ । କିଛି ଟପ୍‌ ମାଓନେତା ଖସି ପଳାଇଥିବା ସନ୍ଦେହ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଅଭୟାରଣ୍ୟରେ କ୍ୟାମ୍ପରେ ଓଡ଼ିିଶା ଓ ଛତିଶଗଡ଼ର କିଛି ଟପ ମାଓନେତା ସାମିଲ ହୋଇ ଏକ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା ଚଳାଇଥିବା ସୂଚନା ମିଳିଥିଲା । ଅଭୟାରଣ୍ୟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ବେଳେ ଲାଲବାହିନୀ ସହ ମୁହାଁମୁହିଁ ହୋଇଥିଲେ ।

mao camp

ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ମାଓ ପୁସ୍ତିକା ଜବତ କରାଯାଇଛି। ଏନେଇ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି । ଏବେବି ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ ଜାରି ରହିଥିବା ନୂଆପଡା ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.