ସମ୍ବଲପୁରରେ ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ

୨୦୦ ଡ୍ରାଇଭରଙ୍କୁ ଉଠାଇନେଲା ପୋଲିସ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସେପଟେ ଆନ୍ଦୋଳନକାରୀଙ୍କୁ ଗିରଫଦାରୀକୁ ବିରୋଧ କରି ଶାସନ ଥାନା ଆଗରେ ଡ୍ରାଇଭରମାନେ ଧାରଣା ଦେଇଛନ୍ତି ।

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ପୋଲିସ-ଡ୍ରାଇଭର ମୁହାଁମୁହିଁ। ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ। ସମ୍ବଲପୁର ସଦର ଥାନା ଅର୍ନ୍ତଗତ ଜୟନ୍ତପୁର ଛକରେ ଧାରଣାରେ ବସିଥିବା ଡ୍ରାଇଭର ମାନଙ୍କୁ ଉଠାଇ ନେଇଛି । ୨୦୦ ଡ୍ରାଇଭରଙ୍କୁ ଉଠାଇନେଲା ପୋଲିସ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସେପଟେ ଆନ୍ଦୋଳନକାରୀଙ୍କୁ ଗିରଫଦାରୀକୁ ବିରୋଧ କରି ଶାସନ ଥାନା ଆଗରେ ଡ୍ରାଇଭରମାନେ ଧାରଣା ଦେଇଛନ୍ତି ।

ଏହାକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ସକାଳୁ ଜ଼ିଲ୍ଲାର ୯ଟି ବ୍ଲକର ଶତାଧିକ ଡ୍ରାଇଭର ଜୟନ୍ତପୁର ଛକରେ ଏକତ୍ରିତ ହୋଇଥିଲେ l ଧିରେ ଧିରେ ଡ୍ରାଇଭର ମାନଙ୍କ ସଂଖ୍ୟା ବଢୁଥିବା ଦେଖି ପୋଲିସ ତୁରନ୍ତ ଆକ୍ସନ ମୁଡ଼କୁ ଆସିଥିଲା l ଡ୍ରାଇଭର ମାନେ ଜାତୀୟ ରାଜପଥ ୫୩ ତଥା କୋଲକାତା ମୁମ୍ବାଇ ରାସ୍ତାକୁ ଅବରୋଧ କରିବାର ଯୋଜନା କରିଥିଲେ l ଯାହାକୁ ପୋଲିସ ଜାଣିପାରି ତୁରନ୍ତ ତାକୁ ପ୍ରତିଷେଧ ମୂଳକ ଗିରଫ କରିଥିଲେ l ଯାହାକୁ ଡ୍ରାଇଭର ମାନେ ବିରୋଧ କରିଥିଲେ l.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.