ମୁର୍ସିଦାବାଦର ୭ଜଣ ଶ୍ରମିକଙ୍କୁ ଉଠାଇନେଲା ପୋଲିସ, ପଚରାଉଚରା ଜାରି

ବାଙ୍କୀ : ବାଙ୍କୀରେ ମୁର୍ସିଦାବାଦର ୭ଜଣ ଶ୍ରମିକଙ୍କୁ ଉଠାଇନେଲା ପୋଲିସ । ସୁନାଦେଈ ପାହାଡ଼ ତଳେ ଏକ ଭଡ଼ା ଘରେ ସେମାନେ ରହି ଏକ ଘରୋଇ ଟେଲିକମ କଂପାନୀ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥଲେ । ଗତ ସପ୍ତାହ ରେ ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଏହି ସାତ ଜଣ ଯୁବକ ଆସିଥିଲେ । ମୁର୍ସିଦାବାଦ ଦଙ୍ଗା ପରେ ଏଠାରେ ରହିଥିବାର କୌଣସି ସୂତ୍ରରୁ ଖବର ପାଇ ବାଙ୍କୀ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଥାନାରେ ଖବର ଦିଆ ଯାଇଥିଲା। ବାଙ୍କୀ ପୋଲିସ ସମସ୍ତଙ୍କୁ ଉଠାଇ ଆଣି ଥାନାରେ ରଖି ପଚରାଉଚରା କରୁଛି। ସେମାନଙ୍କୁ ନିଜ ରାଜ୍ୟକୁ ପଠାଇ ଦିଆ ଯିବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି ।