କଟକ IIFLସଂସ୍ଥା ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ, ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ

କଟକ(କେ ନ୍ୟୁଜ): କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ସମସ୍ତ ଅଭିଯୁକ୍ତ ଚିହ୍ନଟ ହେବା ପରେ ପୋଲିସ ସେମାନଙ୍କୁ ଅଟକ ରଖିଛି । ସେପଟେ ଆଜି ବିଧାନସଭା ଗୃହରେ ବି ଉଠିଛି କଟକ IIFLସଂସ୍ଥାର ସୁନା ଲୁଟ୍ ପ୍ରସଙ୍ଗ। ଘଟଣାରେ ଅପରାଧୀଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ସମ୍ପତ୍ତି ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଗୃହରେ ଆଜି ବିବୃତ୍ତି ରଖି ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଗତ ୧୯ ତାରିଖରେ IIFL ସଂସ୍ଥାରୁ ୨୦କୋଟିର ଟଙ୍କା ଓ ସୁନା ଲୁଟ୍ ହୋଇଥିଲା। ଏହାକୁ ସଫଳତାର ସହ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ବଡ ଡକାୟତିକୁ ଅଳ୍ପ କିଛି ଦିନରେ କମିଶନରେଟ୍ ପୋଲିସର ଅଧିକାରୀମାନେ ନିଜ ଦକ୍ଷତା ଦେଖାଇଥିବା କହିଛନ୍ତି ଦିବ୍ୟଶଙ୍କର। ଏପଟେ ଏହି ଘଟଣାର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଟ୍ଵିଟ୍ କରିଛନ୍ତି ।