କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଭ୍ୟାକସିନ୍‌ ନେଲେ ପୋଲିସ ଡିଜି ଅଭୟ

କଟକ: ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ଟିକା । ଭ୍ୟାକସିନ୍‌ ନେଲେ ପୋଲିସ ଡିଜି । ପୋଲିସ ବିଭାଗରେ ପ୍ରଥମ ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ସେ ଟିକା ନେଇଛନ୍ତି । ସବୁ ଜିଲ୍ଲାପାଳ ଓ ଏସପିମାନେ ମଧ୍ୟ ଟିକା ନେଉଛନ୍ତି । ସକାଳୁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପି ଟିକା ନେଇଛନ୍ତି ।

 ଭୁବନେଶ୍ୱରରେ ପୋଲିସ କମିଶନଙ୍କ ଅଫିସ ସମେତ ୩ଟି ସ୍ଥାନରେ ଟିକାକରଣ କରାଯିବ । ଟିକା ନେବା ସମୟର ଫଟୋ ଟ୍ଵିଟ୍‌ କରିବେ ଅଧିକାରୀ । ଅନ୍ୟମାନଙ୍କର ମନୋବଳ ବଢ଼ାଇବା ସହ ସଚେତନତା ସୃଷ୍ଟି ହେବ । ଭୁବନେଶ୍ୱରରେ ମୋଟ୍‌ ୧୯ଟି ପ୍ରତିଷ୍ଠାନରେ ୮ହଜାର ୯୩୭ ପୋଲିସ ଅଧିକାରୀ ଓ କର୍ମଚାରୀ ଟିକା ନେବେ । ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଦ୍ୱିତୀୟ ଡୋଜ ଟିକାକରଣ ଆରମ୍ଭ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.