ସମ୍ବଲପୁର (କେନ୍ଯୁଜ୍): ସମ୍ବଲପୁର ଗସ୍ତରେ ପୋଲିସ ଡିଜି ଅଭୟ । ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଡିଜି । ଅପରାଧ ନିୟନ୍ତ୍ରଣ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ । ସେହିପରି ଡିଜିଟାଲ ଫରେନସିକ ଉପରେ ଗୁରୁତ୍ୱ ଦେଇଛନ୍ତି ଡିଜିପି ଅଭୟ । ନିଶା କାରବାରରେ ସମ୍ପୃକ୍ତ ବ୍ୟକ୍ତିର ସମ୍ପତ୍ତି ବାଜ୍ୟାପ୍ତ ହେବ । ପୋଲିସ ବିଭାଗର ଭିତ୍ତିଭୁମି ଓ ମାନବ ସମ୍ବଳ କିପରି ବୃଦ୍ଧି ହେବ ସେନେଇ ଆଲୋଚନା ହୋଇଛି । ସାଇବର କ୍ରାଇମ ରୋକିବା ପାଇଁ ପୋଲିସ ଅଫିସର ମାନଙ୍କୁ ଟ୍ରେନିଂ ଦିଆଯିବ । ୫ଟି ଜିଲ୍ଲାର SPଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହାସହ ବସନ୍ତପୁର ପୋଲିସ ଟ୍ରେନିଂ ସ୍କୁଲର ପରିଦର୍ଶନ କରିଛନ୍ତି ଡିଜି । ମୋ ସରକାର ଯୋଜନାର ସମୀକ୍ଷା ହୋଇଛି । ଏହାସହ ବରଗଡ଼, ବଲାଙ୍ଗୀର ଓ ସୋନପୁର ଅଞ୍ଚଳରେ ନକ୍ସଲ ସମସ୍ୟା ନେଇ ଏସପି ମାନଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି ।