ଗଞ୍ଜେଇ ଚାଷ ଓ  ଚୋରାଚାଲାଣ ଧରିବାରେ କୋରାପୁଟ ଜିଲ୍ଲାକୁ ମିଳିଛି ଉଲ୍ଲେଖନୀୟ ସଫଳତା: ପୋଲିସ ଡିଜି ଅଭୟ

କୋରାପୁଟ(କେ ନ୍ୟୁଜ): ମାଓ ଦମନରେ ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ବିଶେଷ କରି ଦକ୍ଷିଣ ପଶ୍ଚିମାଚଳ ରେଞ୍ଜ ମାଲକାନଗିରିରେ ମିଳିଛି ଅଧିକ ସଫଳତା । ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚୋରାଚାଲାଣରେ କୋରାପୁଟ ଜିଲ୍ଲାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାାପକ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ। ବେଆଇନ ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ବ୍ୟାଜାପ୍ତି କରିବାକୁ ପୋଲିସର ଉଦ୍ୟମ ଜାରି ରହିଛି। ଦିନିକିଆ କୋରାପୁଟ ଗସ୍ତରେ ଯାଇ ଦକ୍ଷିଣପଶ୍ଚିମାଞ୍ଜଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି।

police dg abhay

ଚଳିତ ବର୍ଷ ପୋଲିସକୁ କିପରି ଅଧିକ ସଫଳତା କିପରି ମିଳିବ ସେଥିନେଇ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି। ସେହିପରି ମାଓବାଦୀଙ୍କୁ ଅସ୍ତ୍ର ତ୍ୟାଗ କରି ଆତ୍ମ ସମର୍ପଣ କରିବାକୁ ଆହ୍ଵାନ ଦେଇଛନ୍ତି। ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ରାଜେଶ କୁମାର ପଣ୍ଡିତ ବି ଉପସ୍ଥିତ ଥିଲେ। କୋରାପୁଟ ମାଲକାନଗିରି,ନବରଂଗପୁର, ରାୟଗଡ,କଳାହାଣ୍ଡି,ନୂଆପଡା ଜିଲ୍ଲାର ଏସପିଙ୍କ ସହ ବିଏସଫ ଡିଆଇଜି ଓ କମାଣ୍ଡାଣ୍ଟ, ଏସଓଜି କମାଣ୍ଡାଣ୍ଟ, ଆଇଆରବି କମାଣ୍ଡାଣ୍ଟଙ୍କ ସହ ମାଓ ଦମନ ଅପରେସନ ଓ ମିଶନ ଗ୍ରୀନ କ୍ଲିନ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ପରେ ରିଜର୍ଭ ପୋଲିସ କାର୍ଯ୍ୟାଳୟ କୋଠାର ଉଦଘାଟନ କରିଥିଲେ।

 

 

Leave A Reply

Your email address will not be published.