କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ: ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ୬ଟି ଜିଲ୍ଲାର ଏସ୍‌ପିଙ୍କ ସହ ଆଲୋଚନା କରିବା ସହ ଆଇନ ଶୃଙ୍ଖଳା ସମ୍ପର୍କରେ କରିବେ ସମୀକ୍ଷା

କୋରାପୁଟ : କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି ଅଭୟ। ପୋଲିସ ରିଜର୍ଭ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏହାସହ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ୬ଟି ଜିଲ୍ଲାର ଏସ୍‌ପିଙ୍କ ସହ ଆଲୋଚନା କରିବେ।

ମାଓ ଗତିବିଧି, ମାଓ ବିରୋଧୀ ଅପରେସନ୍‌ ଓ ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା କରିବେ ପୋଲିସ ଡିଜି। ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ଡିଜି ଆଇନଶୃଙ୍ଖଳା ଯଶୱନ୍ତ ଜେଠୱାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଏନେଇ କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.