ମହିଳା ଦିବସରେ ଶହେ ମହିଳା IICଙ୍କ ଫଟୋ ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ
କେନ୍ୟୁଜ୍(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସରେ ଶହେ ମହିଳା IICଙ୍କ ଫଟୋ ଟ୍ଵିଟ କରି ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ । ବିଭିନ୍ନ ଥାନାରେ ଆଇଆଇସି ଓ ଏସଏଚଓ ଭାବେ ଶହେରୁ ଅଧିକ ମହିଳା ପୋଲିସ ଅଫିସର କାର୍ଯ୍ୟ କରୁଛନ୍ତି । ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଆମେ କୃତଜ୍ଞ । ସେମାନଙ୍କ ନେତୃତ୍ୱ ଓ ଅବଦାନ ଓଡ଼ିଶା ପୋଲିସର ଗର୍ବ ।
ସଂପୃକ୍ତ ମହିଳା ଆଇଆଇସିମାନେ କାର୍ଯ୍ୟ କରୁଥିବା ଥାନା ଆଗରେ ସେମାନଙ୍କର ଫଟୋ ସହ ଟ୍ଵିଟ କରିଛନ୍ତି ଡିଜିପି ଅଭୟ । ଏଥିସହ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।