କୋରାପୁଟ ଓ ମାଲକାନଗିରି ଗସ୍ତରେ ଡିଜି ଅଭୟ : ଦକ୍ଷ ପୋଲିସ ଅଧିକାରୀଙ୍କୁ କଲେ ସମ୍ମାନୀତ, ମହିଳା ମାଓବାଦୀର ଆତ୍ମସମର୍ପଣ

କୋରାପୁଟ (କେନ୍ୟୁଜ) : ଡିଜି ଅଭୟ ଆଜି କୋରାପୁଟ ଓ ମାଲକାନଗିରି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଆଜି ଡିଜି ଅଭୟ କୋରାପୁଟ ଦେଇ ପ୍ରଥମେ ମାଲକାନଗିରି ସ୍ୱାଭିମାନ ଅଂଚଳ ଗସ୍ତ କରି ମାଓ ସ୍ଥିତିର ସମୀକ୍ଷା କରିଥିଲେ । ସେଠାରୁ ପଟାଙ୍ଗି ଷ୍ଟାଡିୟମରେ ଅବତରଣ କରି ଥାନା ଗୃହର ଉଦଘାଟନ କରିଥିଲେ । ଏହାପରେ ଦକ୍ଷ ପୋଲିସ ଅଧିକାରୀଙ୍କୁ ସମ୍ମାନୀତ କରିଥିଲେ ।
୧୭ ପଂଚାୟତ ଓ ପ୍ରାୟ ୮୦ ହଜାର ଲୋକଙ୍କୁ ସେବା ଯୋଗାଇ ଅସୁଛି ପଟାଙ୍ଗି ଥାନା ।

ଉଦଘାଟନ ସମୟରେ କୋରାପୁଟ ବିଧାୟକ ରଘୁରାମ ପଡାଲ ଓ ପଟାଙ୍ଗି ବିଧାୟକ ପ୍ରିତମ ପାଡି ଉପସ୍ତିତରେ କଲେ ଉଦଘାଟନ. ଉଦଘାଟନ ଅବସର ରେ ଜିଲ୍ଲା ପୋଲିସର କାର୍ଯ୍ଯ ଦକ୍ଷତାକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି । କୋରାପୁଟ ଜିଲ୍ଲାରେ ମାଓ ଗତି ବିଧି ପୂର୍ବାପେକ୍ଷା ବହୁତ କମିଯାଇଛି. ମାଓ ଉପସ୍ତିତି କମିଯିବା ଫଳରେ ଜିଲ୍ଲାରେ ଦୃତ ବିକାଶ ଘଟିଛି । ବିକାଶ ମୂଳକ କାର୍ଯ୍ଯ ଗାଁ ସ୍ତର ରେ ପହଞ୍ଚି ପାରିଛି  ।

ଗଂଜା ଚାଷ ଓ ଚୋରା ଚାଲାଣ ପୋଲିସ ପାଇଁ ଚ୍ଯାଲେଜଂ ସୃଷ୍ଟି କରିଛ.ତାକୁ ମଧ୍ୟ ରୋକିବାରେ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି .ଖୁବ ଶୀଘ୍ର ସେ କ୍ଷେତ୍ର ରେ ମଧ୍ୟ ସଫଳତା ମିଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ମାଓ ନେତ୍ରୀ ଡିଜି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛି । ସେ ୨୦୦୮ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ବହୁ ମାଓ ହିଂସା କାଣ୍ଡରେ ଜଡିତ ରହିଥିଲା  ।

ସେ ଏସିଏମ କ୍ଯାଡେର ର ଥିଲା ତାକୁ ଧତିବା ସକାଶେ ରାଜ୍ଯ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ଥିଲା.ମାଓବାଦୀମାନେ ତାଙ୍କ ନୀତି ଆଦର୍ଶରୁ ବିଚ୍ଯୁତ ହୋଇଥିବାବେଳେ ପୁର୍ବ ଭଳି ମାଓବାଦୀଙ୍କୁ ଲୋକଙ୍କ ସମର୍ଥନ ମିଳିନାହିଁ । ଏପଟେ ପୋଲିସର ଘନ ଘନ ଅପରେସନ ଯୋଗୁଁ ଜଙ୍ଗଲରେ ବଂଚିବା କଷ୍ଟକର ହୋଇପଡୁଛି । ସରକାରଙ୍କ ବିକାଶ ମୂଳକ କାର୍ଯ୍ଯରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡିବାକୁ ମନସ୍ଥ କରି ଆତ୍ମ ସମର୍ପଣ କରିଥିବା କହିଛି ମାଓ ନେତ୍ରୀ ଫୁଲବତୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.