କେନ୍ୟୁଜ୍(ବ୍ୟୁରୋ): ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ କୁମାର। ଜିଲ୍ଲାର ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳର ବଡ଼ପଦା, ଜନତାପାଇ ଓ ବଡ଼ପଦର, ଜାନବାଇ ସିକ୍ୟୁରିଟି କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜି । ପ୍ରଥମେ ଗସ୍ତ କରିଥିଲେ ପାପରମେଟଲା ଥାନାକୁ । ତାଙ୍କ ସହ ଏଡିଜି ସତ୍ୟଜିତ ମହାନ୍ତି, ବିନୟତୋଷ ମିଶ୍ର, ରାଧାକୃଷ୍ଣ ଶର୍ମା, ରେଖା ଲୋହାନୀ, ମିତାଭ ଠାକୁର ଏବଂ ଅନିରୁଦ୍ଧ ସିଂହ ମଧ୍ୟ ଥିଲେ। ଏପରିକି ଗୁଇନ୍ଦା, SOG, SIW ଆଦି ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଡିଜି ମାଓ ଦମନ ରଣନୀତିର ବ୍ଲୁ -ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । BSF ଓ ପୋଲିସର କିଭଳି ସମନ୍ଵୟ ରହିବ ତା ଉପରେ ମଧ୍ୟ ସେ BSF DIGଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ବଡ଼ପଦର BSF କ୍ୟାମ୍ପ ବୁଲି ଦେଖିଥିଲେ ଡିଜି ଅଭୟ।