ମାଓବାଦୀଙ୍କୁ ପୋଲିସ ଡିଜିଙ୍କ ଆହ୍ବାନ୍, ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅ

ସମ୍ବଲପୁର : ମାଓବାଦୀଙ୍କୁ ପୋଲିସ ଡିଜିଙ୍କ ଆହ୍ବାନ୍। ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଲେ ଡିଜିପି । ରାଜ୍ୟର ୭ଟି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ରହିଛି । ମାଓବାଦୀ ଦମନ ପାଇଁ ଜାରି ରହିଛି କମ୍ବିଂ ଅପରେସନ୍ । ଓଡ଼ିଶା-ଛତିଶଗଡ଼  ସୀମା ଉପରେ ନଜର ରଖାଯାଇଥିବା କହିଛନ୍ତି ଡିଜିପି । ଏବେ ଉତ୍ତରାଞ୍ଚଳ ରେଞ୍ଜର ଗୋଟିଏ ଜିଲ୍ଲାରେ ମାଓବାଦୀ ଦମନ ପାଇଁ ପ୍ରୟାସ ଜାରି ରହିଛି  l

ଛତିଶଗଡ ଓ ଆନ୍ଧ୍ର ସଂଲଗ୍ନ ଜିଲ୍ଲାରେ ଜୋରଦାର କମ୍ବିଂ ଅପରେସନ ଚାଲିଛି । ଯେଉଁ ଯେଉଁ ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି ସେସବୁ ଜାଗାରେ ଗୁଇନ୍ଦା କାମ କରୁଛି  l ଦିନିକିଆ ସମ୍ବଲପୁର ଗସ୍ତରେ ପୋଲିସ ଡିଜି । ସମ୍ବଲପୁରରେ ପହଂଚି ପ୍ରଥମେ ମା ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ।  ପରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ମୁକେଶ ଭାମୁଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବରେ ଯୋଗ ଦେଇଥିଲେ ଡିଜିପି । ଏହି ଅବସରରେ ୭ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଥିଲେ ।