ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି, ଗୁରା ସେତୁରେ ବିଏସଏଫ କ୍ୟାମ୍ପ କଲେ ପରିଦର୍ଶନ

ମାଲକାନଗିରି: ମାଲକାନଗିରିରେ ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଗୁରା ସେତୁରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି ଡିଜି । ଏହାସହ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସ୍କୁଲ, ଅଙ୍ଗନବାଡି ଓ ରାସ୍ତା ପାଇଁ ଗାଁଲୋକ ଦାବି କରିଛନ୍ତି । ଏସବୁ ଖୁବଶୀଘ୍ର ହେବା ନେଇ ପୋଲିସ ଡିଜି ପ୍ରତିଶ୍ରୁତି ଦେଇଛନ୍ତି । ଗାଁଲୋକଙ୍କୁ ପାଠ୍ୟ ଉପକରଣ, ଶାଢ଼ୀ ଓ କମ୍ବଳ ବାଣ୍ଟିଛନ୍ତି ଡିଜି ।

ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଜିଲ୍ଲାରେ BSF, SOG,IRB କିଭଳି ସମନ୍ଵୟ ରଖି ମାଓ ଦମନ ଅଭିଯାନକୁ ତ୍ୱରାନ୍ଵିତ କରିବେ ସେନେଇ ଆଲୋଚନା କରିଛନ୍ତି । ସୀମାନ୍ତରେ ଆନ୍ଧ୍ର ସହ ମିଳିତ ଅପରେସନ କରିବ ଓଡ଼ିଶା ପୋଲିସ । ଲାଲ ବାହିନୀକୁ ମୂଳୋତ୍ପାଟନ କରିବାକୁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସ୍ୱାଭିମାନ ଅଞ୍ଚଳର ଗୁରା ସେତୁରେ କମ୍ପାନୀ ଅପରେଟିଂ ବେସ୍‌ ବା ସିଓବି ପ୍ରତିଷ୍ଠା କରାଯାଉଛି । ଗୁୁରା ସେତୁ ସମେତ ପଣସପୁଟ ଅଞ୍ଚଳକୁ ଗଡ଼ ଭାବରେ ବ୍ୟବହାର କରୁଥିଲେ ଲାଲବାହିନୀ । ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବକୁ ଆସିଥିଲେ ପୋଲିସ ଡିଜି । ଡିଜିଙ୍କ ସହ ଆଇଜି ଅପରେସନ ଓ ଗୁଇନ୍ଦା ନିର୍ଦ୍ଦେଶକ ଗସ୍ତରେ ଉପସ୍ଥିତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.