ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଡିଜି ସ୍ତରୀୟ ବୈଠକ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍) : ସାଧାରଣ ନିର୍ବାଚନ ପୂର୍ବରୁ ସଜାଗ ହେଉଛି ଓଡିଶା ପୋଲିସ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଆରମ୍ଭ ହୋଇଛି ଡିଜି ସ୍ତରୀୟ ବୈଠକ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ଓଡିଶା ପୋଲିସର ଏହି ସମନ୍ଵୟ ବୈଠକରେ ୫ ପଡୋଶୀ ରାଜ୍ୟର ପୋଲିସ ଏଡିଜି ସାମିଲ ହୋଇଛନ୍ତି । ଫୋକସ୍ରେ ରହିଛି ସାଧାରଣ ନିର୍ବାଚନ । ନିର୍ବାଚନ ସମୟରେ ରାଜ୍ୟ ବାହାରୁ ଆସୁଥିବା ଅପରାଧି ସହ ବିଭିନ୍ନ ରାଜ୍ୟରୁ ବେଆଇନ ଟଙ୍କା ଚାଲାଣ ଉପରେ ନଜର ରଖିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ନିର୍ବାଚନ ବେଳେ ମାଓଉପଦ୍ରୁତ ଅଂଚଳରେ ମାଓବାଦୀଙ୍କ ଗତିବିଧି ସହ ବିଭିନ୍ନ ଅଂଚଳରେ ନିଶା କାରବାର ଉପରେ ନଜର ରଖିବାକୁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ ।