Categories: ରାଜ୍ୟ

ରଥାଯାତ୍ରା ପରେ ପୋଲିସ ବିଭାଗରେ ହୋଇପାରେ ବଡଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ କେଉଁ ପଦ ମିଳିବ

ରଥଯାତ୍ରା ପରେ ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପରିବର୍ତ୍ତନ ହେବାର ସୂଚନା ମିଳିଛି। କାରଣ ଲୋକାୟୁକ୍ତ ସଦସ୍ୟ ଭାବେ ପୋଲିସ ଡିଜି ଆର.ପି. ଶର୍ମା ନାମକୁ ସୁପାରିଶ ପରେ ଏବେ କିଏ ହେବ ଆଗାମୀ ପୋଲିସ ଡିଜି ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଲୋକାୟୁକ୍ତ ସଦସ୍ୟ ହେବେ କି ପୋଲିସ ଡିଜି ଆର.ପି. ଶର୍ମା ? ତାଙ୍କ ନାଁ ରାଜ୍ୟପାଳଙ୍କ ନିକଟକୁ ସୁପାରିସ ହୋଇଥିବା ନେଇ ସୂଚନା ମିଳିଛି । ରଥଯାତ୍ରା ପରେ ପୋଲିସ ବିଭାଗରେ ହୋଇପାରେ ବଡ଼ ପରିବର୍ତ୍ତନ। କିଏ ହେବେ ପରବର୍ତ୍ତୀ ଡିଜି? ଏଥିପାଇଁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ରଥଯାତ୍ରା ପରେ ରାଜ୍ୟ ପୋଲିସ ବାହିନୀର ଟପ୍‌ କ୍ୟାଡରରେ ବଡ଼ ଧରଣର ଅଦଳବଦଳ ହୋଇପାରେ ! ଲୋକାୟୁକ୍ତ ସଦସ୍ୟ ହୋଇପାରନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଆହୁରି ପଢନ୍ତୁ ସକାଳ ଜଳଖିଆରେ ଭାଜପା ମହିଳା ସାଂସଦଙ୍କ ସହ ସାକ୍ଷାତ କଲେ ମୋଦି, ଗୃହ…

ଗତକାଲି ଲୋକାୟୁକ୍ତ ଚୟନ କମିଟି ବୈଠକ ପରେ ଏମିତି କିଛି ଚର୍ଚ୍ଚା ଆରମ୍ଭ ହୋଇଛି । ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ହେଲେ, କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ? ପୋଲିସ ଡିଜି ପାଇଁ ରେସରେ ଅଛନ୍ତି ୧୯୮୬ ଓ ୧୯୮୭ ବ୍ୟାଚ୍‌ର ୪ ଜଣ ଲେଖାଏଁ ଆଇପିଏସ୍‌ ଅଫିସର । ବରିଷ୍ଠତା ଆଧାରରେ ସବୁଠୁ ଆଗରେ ଅଛନ୍ତି ଆଇପିଏସ୍‌ ଅଫିସର ଅଭୟ। ଏବେ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଅଛନ୍ତି ଅଭୟ। ତାଙ୍କ ଚାକିରି କାର୍ଯ୍ୟକାଳ ୨୦୨୧ ଜୁନ୍‌ ୩୦ ପର୍ଯ୍ୟନ୍ତ ରହିଛି। କିନ୍ତୁ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବେ କି ନାହିଁ ତାଉପରେ ବି ନଜର ରହିବ।

ଆହୁରି ପଢନ୍ତୁ ସବୁ ପ୍ରୋଟକଲ୍ ଭାଙ୍ଗି ଭାରତୀୟ ସେନା ଦେଖାଇଲା ମାନବିକତା, ଫେରାଇଲା…

୧୯୮୬ ବ୍ୟାଚ୍‌ର ଆଉ ଜଣେ ଆଇପିଏସ୍‌ ଅଫିସର ପ୍ରଦୀପ କପୁର। ସେ ବି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ନ୍ୟାସନାଲ୍‌ ଟେକ୍ନିକାଲ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ ଡିଜି ଅଛନ୍ତି ପ୍ରଦୀପ କପୁର। ଚାକିରି କାର୍ଯ୍ୟକାଳ ୨୦୨୨ ନଭେମ୍ବର ୩୦ରେ ସରୁଛି। ବରିଷ୍ଠତା ଦୃଷ୍ଟିରୁ ତାଙ୍କ ନାଁକୁ ବି ସୁପାରିଶ କରି ପାରନ୍ତି ରାଜ୍ୟ ସରକାର। ସେହିପରି ଓଡ଼ିଶା ଅଗ୍ନିଶମ ଓ ହୋମଗାର୍ଡ ଡିଜି ବି. କେ. ଶର୍ମାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।  ୧୯୮୬ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀ ରାଜ୍ୟ ପୋଲିସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ସମ୍ଭାଳିଛନ୍ତି। ବି. କେ. ଶର୍ମା ୨୦୨୨ ଯାଏ ଚାକିରିରେ ରହିବେ। ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏନ୍‌. ନାଗେଶ୍ୱର ରାଓ । ସେ କେନ୍ଦ୍ର ଅଗ୍ନିଶମ ବାହିନୀ ଡିଜି ଅଛନ୍ତି। ୨୦୨୦ରେ ଅବସର ନେବେ ନାଗେଶ୍ୱର ରାଓ।

ଆହୁରି ପଢନ୍ତୁ ଶସ୍ତା ଏସି ବିକିବା ଆରମ୍ଭ କଲେ ମୋଦି ସରକାର, ଜାଣନ୍ତୁ କେମିତି କିଣିବେ

ଏମାନଙ୍କ ସହ ୧୯୮୭ ବ୍ୟାଚ୍‌ର ଆଉ କିଛି ଆଇପିଏସ୍‌ ଅଧିକାରୀ ବି ପୋଲିସ ଡିଜି ରେସରେ ଆସିବେ। ସୁନୀଲ କୁମାର ବଂଶଲ। ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ଗୁଇନ୍ଦା ମୁଖ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଅଛନ୍ତି। ତାଙ୍କ ଚାକିରି କାର୍ଯ୍ୟକାଳ ରହିଛି ମେ ୨୦୨୨ ପର୍ଯ୍ୟନ୍ତ। ତାଙ୍କ ବ୍ୟାଚ୍‌ର ଆଉ ଜଣେ ଆଇପିଏସ୍‌ ଅଫିସର ସୁନୀଲ ରାୟ। ଏବେ ସେ ଓଡ଼ିଶା ଗୁଇନ୍ଦା ବିଭାଗର ସ୍ପେଶାଲ୍‌ ଡିଜି ଅଛନ୍ତି। ୨୦୨୦ ପର୍ଯ୍ୟନ୍ତ ତାଙ୍କ ଚାକିରି କାର୍ଯ୍ୟକାଳ । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁରେନ୍ଦ୍ର ପନଓ୍ଵାର୍‌ ଏବେ ବିଏସ୍‌ଏଫ୍‌ ଏଡିଜି ଅଛନ୍ତି । ବରିଷ୍ଠତା ଦୃଷ୍ଟିରୁ ତାଙ୍କ ନାଁକୁ ବି ସରକାର ସୁପାରିସ କରି ପାରନ୍ତି। କାରଣ ତାଙ୍କ କାର୍ଯ୍ୟକାଳ ସରୁଛି ଅଗଷ୍ଟ ୨୦୨୧ରେ।

ଆହୁରି ପଢନ୍ତୁ ଚୋରର ହାଜତ ପ୍ରେମ, ଜେଲ ଫେରିବା ପାଇଁ ଜାଣିଶୁଣି ବାଇକ୍ ଲୁଟିଲେ…

ଏମାନଙ୍କ ଭିତରୁ କାହା ନାମକୁ ପରବର୍ତ୍ତୀ ପୋଲିସ ଡିଜି ପାଇଁ ୟୁପିଏସ୍‌ସିକୁ ସୁପାରିଶ କରାଯିବ ତାଉପରେ ନଜର ରହିବ। କେ. ବି. ସିଂଙ୍କ ଅବସର ପରେ ବର୍ତ୍ତମାନ ରାଜ୍ୟରେ ଗୋଟିଏ ଡିଜି ପଦ ଖାଲି ପଡିଛି। ତେଣୁ ଆର୍‌. ପି. ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ହେଲେ ଦୁଇ ଜଣଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିବ। ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିବା ସମ୍ଭାବନା ରହିଛି। ଏମିତି ହେଲେ ପୋଲିସ କମିଶନର ପଦବୀ ଖାଲି ପଡ଼ିପାରେ। ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନରଙ୍କୁ ନିଯୁକ୍ତି ଦେବେ ସରକାର।

ଆହୁରି ପଢନ୍ତୁ ରାଜ୍ୟ ମହିଳା ଆୟୋଗଙ୍କ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ କ୍ୟାମ୍ପ କୋର୍ଟ…

ସେପଟେ ପୋଲିସ ଡିଜି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ କିଛି ନିର୍ଦ୍ଦିଷ୍ଟ ରାୟ ରହିଛି। ୟୁପିଏସ୍‌ସିଙ୍କ ସହ କଥାବାର୍ତ୍ତା ନକରି ପୋଲିସ ଡିଜି ନିଯୁକ୍ତିକୁ ବାରଣ କରିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଯୋଗ୍ୟ ପୋଲିସ ଅଧିକାରୀଙ୍କ ତାଲିକା ୟୁପିଏସ୍‌ସିଙ୍କୁ ଦେବେ ରାଜ୍ୟ ସରକାର। ତାଲିକାଭୁକ୍ତ ପୋଲିସ ଅଧିକାରୀଙ୍କ ଚାକିରୀ କାର୍ଯ୍ୟକାଳ ୬ ମାସରୁ ଅଧିକ ଥିବା ଦରକାର । ତାଲିକାରୁ ୩ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ ୟୁପିଏସ୍‌ସି। ସେମାନଙ୍କ ଭିତରୁ ଜଣଙ୍କୁ ପୋଲିସ ଡିଜି ଭାବରେ ନିଯୁକ୍ତି ଦେବେ ସରକାର।

 

KNews Bureau

Recent Posts

ବିବାହ ଉତ୍ସବରେ ରକ୍ତଦାନ ଶିବିର, ନବଦମ୍ପତି ସୃଷ୍ଟି କଲେ ନିଆରା ଉଦାରଣ

ଜଳେଶ୍ୱର (କେନ୍ୟୁଜ): ନିଜର ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଆଜିର ଯୁବପିଢୀ ଭିନ୍ନ ଭିନ୍ନ ଢଙ୍ଗରେ ଏହାକୁ ପାଳନ…

9 mins ago

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧୀନରେ ବିଗ୍ ଫୋର୍, ରହିବ ଅନେକ ଚ୍ୟାଲେଞ୍ଜ

କେନ୍ୟୁଜ (ବ୍ୟୁରୋ) : ବିଭାଗ ବଣ୍ଟନ ସରିଛି । ଏବେ ଦାୟିତ୍ୱ ନେବା ପରେ ମନ୍ତ୍ରୀମାନଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ…

16 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

57 mins ago

ଶେଷ ରଜରେ କିଣି ଆଣନ୍ତୁ ସୁନା, ଜାଣନ୍ତୁ କେତେ ରହିଛି ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

2 hours ago

ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(କେନ୍ୟୁଜ): ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ସମ୍ବଲପୁର ଗସ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମା…

2 hours ago

ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ):  ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୩ରୁ ୪ଦିନ ମଧ୍ୟରେ କିଛି ଅଞ୍ଚଳକୁ…

2 hours ago