ଭୁବନେଶ୍ୱର: କେଉଁଠି ଓ କିଭଳି ଅଛନ୍ତି ସ୍ୱିଗିର ଡେଲିଭରି ବୟ ପତିତପାବନ, ୪୮ ଘଣ୍ଟା ପରେ ବି ଏଯାଏ ମିଳିନି ପତ୍ତା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଲିଙ୍ଗୁପରରୁ ସ୍ୱିଗିର ଡେଲିଭରି ବୟ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଅଭିଯୋଗର ୪୮ ଘଣ୍ଟା ପରେ ବି ଏଯାଏ ମିଳିନି ପତ୍ତା । ତାଙ୍କୁ ଖୋଜିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଛି । ତାଙ୍କ ମୋବାଇଲ ଫୋନ ସିଡିଆରକୁ ଯାଞ୍ଚ କରାଯାଉଛି । ହେଲେ ଏଯାଏ ପତିତପାବନଙ୍କ କିଛି ଖୋଜଖବର ମିଳିପାରିନାହିଁ । ଶନିବାର ରାତି ପ୍ରାୟ ୧୦ଟା ପରେ ଅପହରଣ ବେଳେ ପତିତପାବନ ତାଙ୍କ ପତ୍ନୀଙ୍କ ମୋବାଇଲ ଫୋନକୁ ଏକ ଭିଡିଓ ମେସେଜ ପଠାଇ ତାଙ୍କୁ ଉଦ୍ଧାର କରିବାକୁ କହିଥିଲେ । ଯେଉଁଥିରେ ସେ କହୁଥିଲେ, ଜୋରଜବରଦସ୍ତ କିଛି ଲୋକ ତାଙ୍କ ମୋବାଇଲ ଫୋନ ଓ ଟଙ୍କା ଛଡ଼ାଇ ନେଇଥିବା ବେଳେ ପ୍ୟାଣ୍ଟସାର୍ଟ ଚିରି ପକାଇଥିଲେ ।

ଡାଲା ଅଟୋରେ ନେଇଯାଉଥିବା ଓ ପେଟରେ ଛୁରି ଭୁସିି ଦେଇଥିବା କହିଥିଲେ ପତିତପାବନ । ଏନେଇ ପରିବାର ଲୋକ ଧଉଳିଥାନାରେ ଏତଲା ଦେଇଥିଲେ । ଗତକାଲି ଦୟା ନଦୀ ବନ୍ଧ ଉପରୁ ପତିତପାବନଙ୍କ ବ୍ୟାଗ, ମନିପର୍ସ ଓ ଚପଲ ମିଳିଥିଲା। ଘଟଣାସ୍ଥଳରୁ ମିଳିଥିଲା ଏକ ନୂଆ ଛୁରୀ । ପତିତପାବନ ଏକ ଗ୍ୟାରେଜ କରିବା ପାଇଁ ଚାହୁଁଥିଲେ । ସେ ଗାଡ଼ି ପାର୍ଟସ କିଣିବା ପାଇଁ ୫୦ ହଜାର ଟଙ୍କା ଧରି ଘରୁ ଯାଇଥିଲେ । ଏହି ଟଙ୍କା ପାଇଁ ଅପହରଣ ହୋଇଥାଇପାରେ ବୋଲି ତାଙ୍କ ପରିବାର ସନ୍ଦେହ କରୁଛନ୍ତି । ଲିଙ୍ଗିପୁର ବିଜୟନଗରର ପତିତପାବନଙ୍କ ଅପହରଣ ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ତାଙ୍କୁ ଅପହରଣ ହୋଇଥାଏ ତେବେ କାରଣ କ’ଣ ? ଟଙ୍କା ପାଇଁ ନା ଏହା ପଛରେ ଆଉ କିଛି ରହିଛି ? ତାଙ୍କୁ କିଏ, କାହିଁକି ଓ କେଉଁ ପରିସ୍ଥିତିରେ ଅପହରଣ କଲା ? ଏସବୁ ଦିଗରୁ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.