ଷ୍ଟିୟରିଂ ଛାଡ ଆନ୍ଦୋଳନ ବେଳେ ଉତ୍ତେଜନା : ଡ୍ରାଇଭରଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ପୋଲିସ

ବ୍ରହ୍ମପୁର ପକୁଡ଼ିବନ୍ଧ ଛକ ନିକଟ ଜାତୀୟ ରାଜପଥରେ ଡ୍ରାଇଭର-ପୋଲିସ ମୁହାଁମୁହିଁ । ପୋଲିସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡ୍ରାଇଭର । ଡ୍ରାଇଭରଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ପୋଲିସ ।

ବ୍ରହ୍ମପୁର (କେନ୍ୟୁଜ): ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଉତ୍ତେଜନା । ବ୍ରହ୍ମପୁର ପକୁଡ଼ିବନ୍ଧ ଛକ ନିକଟ ଜାତୀୟ ରାଜପଥରେ ଡ୍ରାଇଭର-ପୋଲିସ ମୁହାଁମୁହିଁ । ପୋଲିସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡ୍ରାଇଭର । ଡ୍ରାଇଭରଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ପୋଲିସ । ଗୋଳନ୍ଥରା ଥାନାଧିକାରୀ ଓ ଗୋପାଳପୁର ଏଏସ୍‌ଆଇ ଆହତ ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂଧ୍ୟାରେ ବର୍ଷା ସାଙ୍ଗକୁ ଅନ୍ଧାରର ସୁଯୋଗ ନେଇ ହଠାତ ଆକ୍ରମଣ କରିଥିଲେ ଡ୍ରାଇଭର । ରାସ୍ତାରେ ଯାଉଥିବା ଗାଡ଼ି ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରୋଶରୁ ବାଦ୍‌ ପଡ଼ିନଥିଲା ।

ସେହିପରି ଗତକାଲି ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଆନ୍ଦୋଳନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା। ବାହାର ରାଜ୍ୟରୁ ଆସିଥିବା ଡ୍ରାଇଭର ଆନ୍ଦୋଳନକୁ ବିରୋଧ କରିବାରୁ ସେଠାରେ ଠେଲାପେଲା ଓ ମାରପିଟ୍ ସ୍ଥିତି ଉପୁଜିଥିଲା । ତମାଣ୍ଡୋରେ ଦୁଇ ଗୋଷ୍ଠୀଙ୍କ ଗଣ୍ଡଗୋଳ ପରେ କିଛି ସମୟ ଜାମ ହୋଇଯାଇଥିଲା ରାସ୍ତା, ଦୁଇପଟେ ଶହ ଶହ ଗାଡି ଅଟକି ରହିଥିଲା । ପୋଲିସ ସେଠାରେ ପହଞ୍ଚି ଡ୍ରାଇଭରଙ୍କୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।

ସେପଟେ ଡ୍ରାଇଭର ମହାସଂଘ ଖୋଲାଖୋଲି ଚେତବାନୀ ଦେଇଛି । ଧର୍ମଘଟରେ ବସିଥିବା ଡ୍ରାଇଭରଙ୍କୁ ଜୋର ଜବରସ୍ତ ଉଠାଇ ନେଲେ ଆନ୍ଦୋଳନ ଜୋରଦାର ହେବ ।ଦାବି ପୂରଣ ନହେଲେ ରାଜରାସ୍ତାକୁ ଡ୍ରାଇଭରଙ୍କ ପରିବାର ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଗତକାଲି ଡ୍ରାଇଭର ଧର୍ମଘଟର ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରତିବାଦ । ଭୁବନେଶ୍ୱର ସମେତ ଗଂଜାମ, ବଲାଙ୍ଗୀର, ସମ୍ବଲପୁର, ପୁରୀ, ବାଲେଶ୍ୱର, ଯାଜପୁର ଆଦି ସ୍ଥାନରେ ଡ୍ରାଇଭର ଧର୍ମଘଟ ଉଗ୍ର ରୂପ ଧାରଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.