ଢ଼ାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସର ଏନ୍ କାଉଣ୍ଟର, ୨ ଅପରାଧୀ ଆହତ

ରାଉରକେଲା : ରାଉରକେଲାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଏନ୍ କାଉଣ୍ଟର । ଢ଼ାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ପୋଲିସର ଏନ୍ କାଉଣ୍ଟର । ବାଣେଶ୍ୱର ସିଂ ଏବଂ ଶିବନାଥ ସିଂକୁ ଏନକାଉଣ୍ଟର କରିଛି ପୋଲିସ। ତେବେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣକୁ ଧରିଛି ପୋଲିସ ।
ଆହତକୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡକାୟତି ପାଇଁ ବିଶ୍ରା ଥାନା ଅଞ୍ଚଳର ସୁରୁବାହଲ ଡୁଗୁରୁ ଢ଼ାବାକୁ ଆସିଥିଲେ ୭ ରୁ ୮ ଜଣ ଡକାୟତ । ଢ଼ାବା ମାଲିକକୁ ବନ୍ଧୁକ ଏବଂ ଛୁରୀ ଦେଖାଇ ୨୦ ହଜାର ଟଙ୍କା ନେଇ ଫେରାର ମାରିଥିଲେ ଦୁର୍ବୁର୍ତ୍ତ ।
ଏହା ପରେ ଢ଼ାବା ମାଲିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କୁ ପୋଲିସ ପିଛା କରିବାରୁ ଗୁଳିମାଡ଼ କରିଥିଲେ ଦୁର୍ବୁର୍ତ୍ତ । ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଥିଲେ ।
Also read: ଦୁଇ ଗୁଣ ହେଲା ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ସଂଘ