ଅନୁଗୁଳରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ

ଅନୁଗୁଳ(କେନ୍ୟୁଜ୍) : ଅନୁଗୁଳରେ ପୁଣି ଫୁଟିଲା ଗୁଳି। ତାଳଚେର ଲିଙ୍ଗରାଜ କୋଇଲା ଖଣି ଅଞ୍ଚଳରେ ପୋଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ ହୋଇଛନ୍ତି। ବାଦଲର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସକୁ ଚକମା ଦେଇ ବାଦଲର ସହଯୋଗୀ ଫେରାର ହୋଇଯାଇଚି। ଅନୁଗୁଳରେ ସପ୍ତାହରେ ୨ଥର ଏନକାଉଣ୍ଟର କଲାଣି ପୋଲିସ। ଗତ ୧୯ ତାରିଖରେ ଏନକାଉଣ୍ଟରରେ ଅପରାଧୀ ବିଲୁ ଖାଁ ଗୁରୁତର ଆହତ ହୋଇଥିଲା।

You might also like