ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବାସାଗୁଡା ଜଙ୍ଗଲରେ ପୋଲିସର ଏନକାଉଣ୍ଟର, ଜଣେ ମାଓବାଦୀ ମୃତ

ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବାସାଗୁଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣ ଯବାନ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଳ୍ପକେ ବର୍ତିଲେ ୩୦ ଯବାନ । STF, DRG ଏବଂ CRPF ର କୋବ୍ରା ବାଟାଲିୟନର ମିଳିତ ଅପରେଶନରେ ଏହି ସଫଳତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.