ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ, ପୋଲିସ-ଅପରାଧୀ ମୁହାଁମୁହିଁରେ ଜଣେ ଏନକାଉଣ୍ଟର

ପୁରୀ (କେନ୍ୟୁଜ୍) : ଅଶାନ୍ତ ଶ୍ରୀକ୍ଷେତ୍ର ପୁରୀ । ବିଳମ୍ବିତ ରାତିରେ ପୋଲିସ-ଅପରାଧୀ ମୁହାଁମୁହିଁ। ଅପରାଧୀ ଦିବନ ବେହେରାକୁ ପୋଲିସର ଏନ୍କାଉଣ୍ଟର। ତାର ଡାହାଣ ଗୋଡର ଆଣ୍ଠୁତଳେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ଦିବାନା ହତ୍ୟାକାଣ୍ଡ ପାଇଁ ଯୋଜନା କରୁଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ କୁମ୍ଭାରପଡ଼ା ଆଇଆଇସି ଓ ବାସେଲି ସାହି ଆଇଆଇସି ମିଳିତ ଭାବେ ଚଢାଉ କରିଥିଲେ। ପୋଲିସକୁ ଦେଖି ଦିବାନା ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ତା ଉପରକୁ ପୋଲିସ ତା ଉପରକୁ ଗୁଳି ଚଳାଇଥିଲା। ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି। କୁମ୍ଭାରପଡ଼ା ଥାନା ଅଞ୍ଚଳ ଆଶ୍ରମ ଛକରେ ଏହି ଏନକାଉଣ୍ଟର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.