ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର କଲା ପୋଲିସ

ସମ୍ବଲପୁର : ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର କଲା ପୋଲିସ | ରେଙ୍ଗାଲି ଥାନା ରମ୍ପେଲା ବ୍ରିଜ ନିକଟରେ ଏନକାଉଣ୍ଟର କଲା ପୋଲିସ  | ଦୁର୍ଦ୍ଧାନ୍ତ ଅପରାଧି ସଂଜୀବ କରାଲିଙ୍କୁ ଏନକାଉଣ୍ଟର କଲା ପୋଲିସ | ସଂଜିବ ନାଁରେ ୨୩ରୁ ଉର୍ଦ୍ଧ୍ବ ଡକାୟତି, ଚୋରି ପରି ସଙ୍ଗୀନ ଅଭିଯୋଗ ରହିଥିଲା  | ଗତ ୨୨ ତାରିଖରେ ଚାରମାଲ ଠାରେ ହୋଇଥିବା ସଂଗଠିତ ହୋଇଥିବା ଡକାୟତି ଘଟଣାରେ ସଂଜିବକୁ ପୋଲିସ ଧରିବାକୁ ଯାଇଥିବାବେଵେଳେ ଏହି  ଫାୟାରିଂ ହୋଇଥିଲା  |

ସଂଜିବ ପୋଲିସକୁ ଦେଖି ୩ ରାଉଣ୍ଡ ଫାୟାରିଂ କରିଥିବାବେଳେ ପୋଲିସ ୨ ରାଉଣ୍ଡ ଗୁଳି ଚାଳନା କରିଥିଲା  | ଫଳରେ ସଂଜିବର ଡାହାଣ ଗୋଡ ଆଣ୍ଠୁ ତଳେ ଗୋଟିଏ ଗୁଳି ବାଜିଥିବାବେଳେ ତାକୁ  ଭୀମସାରରେ ଭର୍ତ୍ତି କରାଯାଇଛି  | ସେପଟେ ଏହି ଘଟଣାକୁ ନେଇ ଉତ୍ତରାଞ୍ଚଳ ଆଇ ଜି ଅପରାଧୀମାନଙ୍କୁ ଏଭଳି ଅପରାଧ ନଘଟାଇବାକୁ ଚେତାବନୀ ଦେଇଛନ୍ତି  l  ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ନ ରହିଲେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଉତ୍ତରାଂଚଳ ଆଇଜି ହିମାଂଶୁ ଲାଲ  |