ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ଧର୍ମଶାଳା ପୋଲିସର ଫ୍ଲାଗମାର୍ଚ୍ଚ

ଯାଜପୁର (କେନ୍ୟୁଜ): ଆସନ୍ତା ୧୬ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳାରେ ପ୍ରଥମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ଧର୍ମଶାଳା ପୋଲିସ ପକ୍ଷରୁ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଛି ।

ଧର୍ମଶାଳା ବ୍ଲକର ପ୍ରମୁଖ କେନ୍ଦ୍ରସ୍ଥଳ ଜାରକା ବଜାର ସମେତ ବିଭିନ୍ନ ଛକ ବଜାରରେ ପୋଲିସ ଫ୍ଲାର୍ଗ ମାର୍ଚ୍ଚ କରି ଜନସାଧାରଣଙ୍କୁ ସଚେତନ କରାଇଛି। ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଥାନାର ସମସ୍ତ କର୍ମଚାରୀ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.