ଗୋରୁ ଚୋରା ଚାଲାଣ ବେଳେ ପୋଲିସର ଗୁଳିମାଡ, ଜଣେ ଗୋରୁ ବ୍ୟବସାୟୀ ଗୁରୁତର

କେନ୍ଦୁଝର: ଗୋରୁ ମାଫିଆ-ପୋଲିସ ମୁହାଁମୁହିଁ ।  ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼ ।  କେନ୍ଦୁଝର ହରିଚନ୍ଦନପୁର କୁଲାଢ଼ାଙ୍କୁଣୀ ନିକଟରେ ଗୋରୁ ଗାଡ଼ି ଅଟକାଇବା ବେଳେ ଗୁଳିମାଡ଼ କରିଥିଲେ ଗୋରୁ ମାଫିଆ । ଆଜି ସକାଳୁ ୩ଟି ପିକଅପ୍ ଭ୍ୟାନରେ ପିଠାଗୋଳାରୁ କେନ୍ଦୁଝର ଗୋରୁ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ପିଛା କରିଥିଲା ।  ଏହି ସମୟରେ ପୋଲିସ ଉପରକୁ ମାଫିଆମାନେ ଗୁଳି ଚଳାଇଥିଲେ। ପୋଲିସର ପାଲଟା ଗୁଳିମାଡ଼ରେ ଜଣେ ଗୋରୁ ମାଫିଆ ଗୁରୁତର ଆହତ ହୋଇଛନ୍ତି । ୨ ଗୋଡରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ୩ଟି ଗୋରୁ ଭର୍ତ୍ତି ପିକଅପ୍ ଜବତ ହୋଇଛି । ଏବଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସ୍ ଅଧିକ ଛାନଭିନ୍ ଜାରି ରଖିଛି ।

ସୂଚନା ଯୋଗ୍ୟ ଗତ ୨ ଦିନ ତଳେ ଢେଙ୍କନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ବେଲଟିକିରି ଗାଁ ନିକଟରେ ଗୋରୁ ବୋଝେଇ ଗାଡିକୁ ଧରିବାକୁ ଯାଇ ଗଛରେ ପିଟି ହୋଇଥିଲା ପୋଲିସ ଗାଡ଼ି । ଦୁର୍ଘଟଣାରେ ୬ ପୋଲିସ ଗୁରୁତର ହୋଇଥିଲେ । ଏହି ଦୁର୍ଘଟଣା ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

 

You might also like