ବାଲେଶ୍ୱରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ, ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ବାଲେଶ୍ୱରରେ ରାମ ନବମୀ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ବାଲେଶ୍ୱର ପୋଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସହରରେ ଫ୍ଲାଗ ମାର୍ଚ୍ଚ । ଆସନ୍ତାକାଲି ଶାନ୍ତି କମିଟି ବୈଠକ ରହିଛି ।

ବାଲେଶ୍ୱର (କେନ୍ୟୁଜ): ୩୦ ତାରିଖରେ ରାମନବମୀ । ବାଲେଶ୍ୱରରେ ରାମ ନବମୀ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ବାଲେଶ୍ୱର ପୋଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସହରରେ ଫ୍ଲାଗ ମାର୍ଚ୍ଚ । ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ କରାଯିବା ନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ହୋଇଛି । ରାମନବମୀ ପାଇଁ ଯେଉଁ ସବୁ ରୁଟ୍‌ରେ ମେଢ ଯିବ, ସେହି ରୁଟ୍‌ରେ ପୋଲିସ ଫ୍ଲାଗ୍‌ ମାର୍ଚ୍ଚ କରିଛି । ସହରର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ନଜର ରଖିଛି । ଆସନ୍ତାକାଲି ଶାନ୍ତି କମିଟି ବୈଠକ ରହିଛି । ବାଲେଶ୍ୱର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରୀରାମ ନବମୀ କିଭଳି ଶୃଙ୍ଖଳାର ସହ ପାଳନ କରାଯିବା ସେନେଇ ଶାନ୍ତି କମିଟି ବୈଠକରେ ଆଲୋଚନା ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.