ସବାସ୍ ଲଳିତ ମୋହନ ରାଉତ, ପ୍ରତିଦିନ ଅସହାୟଙ୍କୁ ହାତ ଧରି ସୁରକ୍ଷିତ ଭାବେ ରାସ୍ତା ପାର କରାଇଥାନ୍ତି ଏହି ହାବିଲଦାର
ବାହାବା ସାଉଁଟିଲେ ପୋଲିସ କର୍ମଚାରୀ। ନିଜ କର୍ତ୍ତବ୍ୟ ସଂପାଦନ ସହ ମାନବିକତାର ଉଦାହରଣ ପାଲଟିଛନ୍ତି କଟକର ଟ୍ରାଫିକ ହାବିଲଦାର ଲଳିତ ମୋହନ ରାଉତ। ଶିଖରପୁର ଟ୍ରାଫିକ ପୋଷ୍ଟରେ କାର୍ଯ୍ୟ କରୁଥିବା ଲଳିତ ଅନେକ ସମୟରେ ବୃଦ୍ଧ, ବୃଦ୍ଧା, ଅସହାୟଙ୍କୁ ହାତ ଧରି ସୁରକ୍ଷିତ ଭାବେ ରାସ୍ତା ପାର କରାଇଥାନ୍ତି। ଏଭଳି କାର୍ଯ୍ୟ କରୁଥିବା ବେଳେ କେହିଜଣେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏହା ଭାଇରାଲ ହୋଇଛି। ହାବିଲଦାର ଲଳିତଙ୍କୁ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।