ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣା: ମୃତକ ଖଣ୍ଡରା ଗାଁର ଶରତ ରାଉତଙ୍କ ଝିଅ

ଯାଜପୁର: ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ, ଖଣ୍ଡରା ଗାଁ ଶରତ ରାଉତଙ୍କ ଝିଅ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ତାର ଶେଷକୃତ୍ୟ ସଂପନ୍ନ ପାଇଁ ନରକଙ୍କାଳକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରାୟ ୩ ମାସ ତଳେ ଶରତଙ୍କ ଝିଅ ଘରୁ ନିଖୋଜ ହୋଇଥିବା ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ଝିଅ ଶୁଭଶ୍ରୀ ନିଖୋଜ ହେବା ପଛରେ ବାଲିପଦା ଗାଁର ହରିହର ନାୟକଙ୍କ ହାତ ଥିବା ପରିବାର ଲୋକେ ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟାକରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୁୁକ୍ତ ହରିହର ଜିଲା ପ୍ରଶାସନ ଓ ପୋଲିସ ଗାଡି ଚଳାଉଥିବାରୁ ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ପୋଲିସ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହିଁ। ସେପଟେ ଅଭିଯୁକ୍ତ ହରିହର ନାୟକକୁ ପୋଲିସ ଏଯାଏ ଗିରଫ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.