ମନ୍ତ୍ରୀଙ୍କ ଉପସ୍ଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, କ୍ଷମା ମାଗିଲେ ଜିଲାପାଳ-ଏସ୍‌ପି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ତେବେ ମୁଖ୍ୟ ଅତିଥି ଆସିବା ଓ ପତାକା ଉତ୍ତୋଳନ ପୂର୍ବରୁ ଷ୍ଟାଡିୟମ ଭିତରକୁ ଛଡ଼ାଯିବା ପାଇଁ ରହିଥିବା ଫାଟକ ନିକଟରେ ଖବରଦାତାକୁ ଡିୟୁଟିରେ ଥିବା ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ଏପରିକି ସାମ୍ବାଦିକ ବୋଲି ଜାଣିଥିଲେ ମଧ୍ୟ ପଡିଆ ଭିତରକୁ ଛାଡିନଥିଲେ ।

ଅତିରିକ୍ତ ଏସ୍‌ପି ବଟକୃଷ୍ଣ ମିଶ୍ର ଖବରଦାତାଙ୍କୁ ଭିତରକୁ ଛାଡ଼ିବା ପାଇଁ ଯାଞ୍ଚ ଫାଟକ ନିକଟରେ ଥିବା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ପରବର୍ତ୍ତୀ ସମୟରେ ଯାଞ୍ଚ ଫାଟକ ନିକଟରେ ଥିବା ପୋଲିସ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିବାଦ କରିଥିଲେ। ତେବେ ଅତିଥି ମାନେ ପତାକା ଉତ୍ତୋଳନ କରିବା ପରେ ଅନ୍ୟ କାର୍ଯ୍ୟକ୍ରମ ଆଗେଇବା ପୂର୍ବରୁ ସାମ୍ବାଦିକ ମାନ ମଞ୍ଚ ସମ୍ମୁଖରେ ତଥା ଜାତୀୟ ପତାକା ତଳେ ଧାରଣା ଦେଇଥିଲେ l କାହିଁକି କେବଳ ସାମ୍ବାଦିକ ଙ୍କୁ ସେମାନଙ୍କ ପରିଚୟ ପତ୍ର ମଗାଯାଉଛି ଅନ୍ୟ ଅଫିସର ମାନଙ୍କୁ ପରିଚୟ ପତ୍ର ମଗାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ମଞ୍ଚରୁ ଓହ୍ଲାଇ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, SP ରୋହିତ ବର୍ମାଙ୍କ ସହ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସି ସାମ୍ବାଦିକଙ୍କୁ ବୁଝାସୁଝା କରି କ୍ଷମା ମାଗିଥିଲେ । ଏହା ସହ କାର୍ଯ୍ୟକ୍ରମକୁ ସମସ୍ତଙ୍କ ସହଯୋଗ ରେ ଆଗେଇ ନେବା ପାଇଁ ଅନୁରୋଧ କରିବା ପରେ ସାମ୍ବାଦିକ ମାନେ ଧରଣାରୁ ଉଠିଥିଲେ ମଧ୍ୟ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।  ଅନ୍ୟପଟେ ଘଟଣାକୁ ନେଇଁ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଘଟଣା ର ତଦନ୍ତ କରାଯିବ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like