ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା, ସିସିଟିଭି ଆଧାରରେ ପୋଲିସର ତଦନ୍ତ

ଜୟପୁର : ଜୟପୁର ଜିଲ୍ଲା ଡାକ୍ତର ଖାନାରେ ରୋଗୀ ମୃ୍ତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ଟଣା ଓଟରା ସହ ଡାକ୍ତରଖାନା ଭଙ୍ଗାରୁଜା । କୁମ୍ବାର ସାହିର ସୁରେଶ ହରିଜନ ନାମକ ଜଣେ ଯୁବକ ଘରକାମ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ଆସି ଆହତ ହୋଇଥିଲେ ଆଉ ପରିବାର ଲୋକ ଡାକ୍ତରଖାନା ଆଣିଥିଲେ । ଚିକତ୍ସା ବେଳେ ସୁରେଶଙ୍କ ମୃତ୍ୟୁ ହୋଇଥିଲା ।
ଚିକିତ୍ସା ଅବହେଳା କରି ରୋଗୀଙ୍କ ସମ୍ପର୍କିୟ କାଜୁଆଲିଟି ଭଙ୍ଗାରୁଜା ସହ ଡାକ୍ତରଙ୍କୁ ଟଣାଓଟରା ଓ ଆକ୍ରମଣ କରିଥିବା ଡାକ୍ତର କହିଛନ୍ତି । ସେପଟେ ଡାକ୍ତରଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।