ରାଜ୍ୟ

ଯାଜପୁର:ମହଙ୍ଗା ପଡିଲା ଥାନା ଭିତରକୁ ଧସେଇ ପସିବା, ନିଜ ଆଡୁ ମାମଲା ରୁଜୁ କଲା ପୁଲିସ୍‌

ଯାଜପୁର ଟାଉନ(କେନ୍ୟୁଜ୍): ପୁଲିସର ଟାଳଟୁଳ ନୀତି ବିରୁଦ୍ଧରେ ନ୍ୟାୟ ପାଇଁ ଥାନା ସମ୍ମୁଖରେ  ଅନଶନରେ ବସିଥିବା ଶତାଧିକ ଗ୍ରାମବାସୀ ହଠାତ୍ ଥାନା ଭିତରକୁ ଧସେଇ ପସିବା ଘଟଣା ଗ୍ରାମବାସୀଙ୍କୁ ମହଙ୍କା ପଡିଛି ।  ଅନଶନକାରୀଙ୍କ କ୍ରୋଧ ଆଗରେ  ନିରବ ରହିବାକୁ ଶ୍ରେୟ ମଣିଥିବା ପୁଲିସ୍ ଘଟଣା ଘଟିବାର ୨ ଦିନ ପରେ ମାମଲାକୁ ଗମ୍ଭିରତାର ସହ ନେଇଛି।  ଥାନାଭିତରରେ ଧସେଇ ପଶିଥିବା ଗ୍ରାମବାସୀଙ୍କ ବିରୁଦ୍ଧରେ ନିଜଆଡୁ ମାମଲା ଦାଏର କରିଛି ।

ଘଟଣା ଦିନର ଭିଡିଓ ଫୁଟେଜକୁ ଆଧାର କରି ଥାନା କେସ୍ ନଂ. ୩୯୯/୨୧ ଓ ବିଭିନ୍ନ ସଙ୍ଗୀନ ଧାରାରେ ଅନଶନର ନେତୃତ୍ୱ ନେଇଥିବା ପୂର୍ବତନ ତରପଦା ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ସାହୁ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ତାପସ ଜେନାଙ୍କ ସମେତ ୧୫ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ପ୍ରକାଶଥାଉକି ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର ବିଷ୍ଣୁ ଯେନାଙ୍କ ଘରେ ପଶି ସେହି ଗ୍ରାମର ଅଜୟ ଜେନା, ଭୀମ ଜେନା ଓ ପ୍ରଶାନ୍ତ ଜେନା ତିନିଜଣ ମହିଳାଙ୍କୁ ଅତର୍କିତ ଆକ୍ରମଣ କରି ଆହତ କରିବା ମାମଲାରେ ମଙ୍ଗଳପୁର ପୁଲିସର୍ କୋହଳ ମନଭାବ ପୋଷଣ କରିଥିଲା।  ଯେଉଁଥିପାଇଁ ଅଭିଯୁକ୍ତଙ୍କୁ ସହଜରେ ଅଦାଲତରୁ ଜାମିନ୍ ମିଳିଥିବା ଅଭିଯୋଗରେ ଚଳିତ ମାସ ୧୯ ତାରିଖ ପୂର୍ବାହ୍ନରେ ତରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ତାପସ ଜେନାଙ୍କ ନେତୃତ୍ୱରେ ଗୋପାକୂଳ ତରପଦା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ମଙ୍ଗଳପୁର ଥାନା ସମ୍ମୁଖରେ ନ୍ୟାୟ ଦାବି ରଖି ଅନଶନରେ ବସିଥିଲେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନାର କୌଣସି ପୁଲିସ୍ ଅଧିକାରୀ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବାରେ ବିଳମ୍ବ ହେବାରୁ ଅନଶନରେ ବସିଥିବା ଶତାଧିକ ଗ୍ରାମବାସୀ ଅତର୍କିତଭାବେ ଥାନାଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଥାନାର ପୁଲିସ୍ କର୍ମଚାରୀମାନେ ଗ୍ରାମବାସୀଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ କିଛି ଅନଶନକାରୀ ଓ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପରିକି କିଛି ଗ୍ରାମାବସୀ ଥାନାର ଟେବୁଲ ଓ ଚୌକି ଆଦି ଆସବାବପତ୍ର ଭାଙ୍ଗିବାକୁ ଉଦ୍ୟମ କରିଥିବାର ଦେଖିବାକୁ ମିଳିଥିଲା ।

ପରିସ୍ଥିତି ଉତ୍ତେଜନାମୂଳକ ଆଡକୁ ଯାଉଥିବାର ଖବର ପାଇ ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଉପାଧ୍ୟାୟ ମଙ୍ଗଳପୁର ଥାନାରେ ପହଞ୍ଚି ଅନଶନର ନେତୃତ୍ୱରେ ନେଉଥିବା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟାଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପରେ ଅନଶନକାରୀ ଗ୍ରାମବାସୀଙ୍କ ନିକଟକୁ ଆସି ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବାକୁ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago