ମାଲକାନଗିରି ସୀମାନ୍ତ ତୋଡକା ଜଙ୍ଗଲରେ ପୋଲିସ – ମାଓ ମୁହାଁମୁହିଁ, ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ

ମାଲକାନଗିରି : ପୋଲିସ ଏନକାଉଣ୍ଟରରେ ୮ ମାଓବାଦୀ ନିହତ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ତୋଡକା ଜଙ୍ଗଲରେ ପୋଲିସ ମାଓ ଗୁଳିବିନିମୟ।  ପୋଲିସ ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଛନ୍ତି ।

ମାଓବାଦୀଙ୍କ ଗୁଳିରେ ୨ଜଣ DRG ଜବାନ ଗୁରୁତର ହୋଇଛନ୍ତି ।  ଗୁରୁତର ଜବାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।  ଘଟଣା ସ୍ଥଳରୁ ଇନ୍ସସାସ,BGL ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରାଯାଇଛି ।  ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। STF, DRG ଏବଂ CRPF ଜବାନ ଙ୍କ ମିଳିତ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା ।

Also read: ପୋଲିସର ଏନକାଉଣ୍ଟରରେ ୮ ରୁ ଅଧିକ ମାଓବାଦୀ ନିହତ, CRPF ଜବାନଙ୍କ କମ୍ବିଙ୍ଗ ଅପରେସନ