କଳାହାଣ୍ଡି-କନ୍ଧମାଳ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମହିଳା କ୍ୟାଡର ନକ୍ସଲ ନିହତ

କନ୍ଧମାଳ(କେନ୍ୟୁଜ୍): କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ମହିଳା କ୍ୟାଡର ମାଓବାଦୀ ନିହତ ହୋଇଛି । କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଅଞ୍ଚଳ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ଏସଓଜି ଓ ଡିଭିଏଫ୍‌ଙ୍କୁ ନେଇ ଆରମ୍ଭ ହୋଇଥିବା ଅପରେସନ୍‌ ।

ଏତିକିବେଳେ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ଏପରିକି ମାଓବାଦୀ ଆଇଡି ବିସ୍ଫୋରଣ କରିଥିଲେ । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଜବତ ହୋଇଛି ମାଓ ସାମଗ୍ରୀ ଓ ଗୁଳି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଜାରି ରହିଛି ଅପରେସନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.