ସାଧାରଣ ନିର୍ବାଚନ ନେଇ ଆନ୍ତଃରାଜ୍ୟ ପୋଲିସ ସମନ୍ଵୟ କମିଟି ବୈଠକ

ଭୁବନେଶ୍ବର : ସାଧାରଣ ନିର୍ବାଚନ ନେଇ ଆନ୍ତଃରାଜ୍ୟ ପୋଲିସ ସମନ୍ଵୟ କମିଟି ବୈଠକ । କୋରାପୁଟରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ । ବିଏସଏଫ୍‌, ସିଆରପିଏଫ୍‌, ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ, ଛତିଶଗଡ଼ର ଏସଟିଏଫ୍‌ ଓ ଡିଆରଜିର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ମାଓ ଅଧ୍ୟୁଷିତ ଜିଲ୍ଲାରେ ନିର୍ବାଚନ ପରିଚାଳନା ନେଇ ପଡ଼ୋଶୀ ରାଜ୍ୟର ପୋଲିସ, ଗ୍ରେହାଉଣ୍ଡ, ସିଆରପିଏଫର ସମନ୍ଵୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଫୋକସରେ ରହିଛି ମାଓ ହିଂସା, ଅପରାଧିକ କାର୍ଯ୍ୟକଳାପ, ନିଶା କାରବାର, ଟଙ୍କା ବାଣ୍ଟିବା ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆସନ୍ତାକାଲି ଭୁବନେଶ୍ୱରରେ ପଡ଼ୋଶୀ ରାଜ୍ୟର ପୋଲିସ ମୁଖ୍ୟଙ୍କ ବୈଠକ ବସିବ ।