କେନ୍ଦୁଝର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ହାଜର ହେବା ପାଇଁ ନୋଟିସ୍

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନୋଟିସ୍ । ପୋଲିସ ନିକଟରେ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛି । କେନ୍ଦୁଝର ବନାଯୋଡି ନିକଟରେ ଟୋଲ ପ୍ଲାଜାକୁ ବିରୋଧ କରି ଦୀର୍ଘ ଦିନ ଧରି ଆନ୍ଦୋଳନ କରାଯାଇଥିଲା । ଏଥିରେ ଚମ୍ପୁଆ ବିଧାୟକଙ୍କ ସଂପୃକ୍ତି ନେଇ ପୋଲିସ ତଦନ୍ତ କରିବ । ଧାରା ୧୨୩, ୧୨୮, ୩୪୧, ୨୮୩, ୨୯୪, ୫୦୬ ଓ ୧୪୯ ତଥା ସେକ୍ସନ୍ ୭ ଅଫ୍ କ୍ରିମିନାଲ ଆମେଣ୍ଟମେଣ୍ଟ ଅନୁଯାୟୀ ମାମଲା ହୋଇଥିଲା । ଏହାର ତଦନ୍ତ କରୁଛି ପୋଲିସ । ତାଙ୍କ ସହ ଅନ୍ୟ ୫ ଜଣ ସହଯୋଗୀଙ୍କୁ ମଧ୍ୟ ନୋଟିସ୍ କରାଯାଇଛି ।