ବାଲିଆପାଳ ଢାବାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା, ଆମ୍ବୁଲାନ୍ସ ଡ୍ରାଇଭର ସମେତ ୨ ଜଣ ପୋଲିସଙ୍କୁ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ
ବାଲିଆପାଳ(କେନ୍ୟୁଜ୍): ବାଲିଆପାଳରେ ଢାବାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣାରେ ଜାରି ରହିଛି ଉତ୍ତେଜନା । ଗତକାଲି ଥାନା ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଆଜି ଶବ ବ୍ୟବଚ୍ଛେଦ କରି ଆସିଥିବା ଆମ୍ବୁଲାନ୍ସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଆମ୍ବୁଲାନ୍ସ ଡ୍ରାଇଭର ସମେତ ୨ ଜଣ ପୋଲିସଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଛନ୍ତି । ଏହା ସହ ମୃତ ଦେହ ରଖି ବାଲିଆପାଳ-କମର୍ଦ୍ଦା ମୁଖ୍ୟ ରାସ୍ତାର ଉଲୁଡା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ବାଲେଶ୍ୱର ଜିଲ୍ଲାପାଳ ନଆସିବା ଯାଏ ରାସ୍ତା ଉପରେ ମୃତ ହେହ ରଖି ଅବରୋଧ କରିବେ ବୋଲି କହିଛନ୍ତି । ନାବାଳକ ଆତ୍ମହତ୍ୟା ନୁହଁ ବରଂ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାଜିଷ୍ଟ୍ରେଟ୍ । ହେଲେ ସଂଧ୍ୟା ୬ଟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ପାଇଁ ମନା କରିଥିଲେ । ହେଲେ ଆଜି ସକାଳ ୫ଟାରେ ଆମ୍ବୁଲାନ୍ସରେ ୨ ଜଣ ବିଜୟ ଦଳାଇର ମୃତ ଦେହ ନେଇ ଆସିଥିଲେ । ଉତ୍ତ୍ୟକ୍ତ ଲୋକେ ଏମାନଙ୍କୁ ଅଟକ ରଖିଛନ୍ତି । ଗତକାଲି ଉତ୍ତ୍ୟକ୍ତ ଲୋକେ ଥାନା ଅଧିକାରୀଙ୍କୁ ମାଡ଼ ମାରିବା ସହ ଢାବା ଓ ଢାବା ମାଲିକଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।