ଦେହରେ ଖାକି ବର୍ଦି ହାତରେ କୋଦାଳ: ଲୋକଙ୍କ ସୁବିଧା ପାଇଁ ରାସ୍ତା ମରାମତି କଲେ ପୋଲିସ୍ ବାବୁ

ପଦ୍ମପୁର(କେନ୍ଯୁଜ୍): ପୋଲିସ୍ କହିଲେ ଲୋକଙ୍କ ମନରେ ଭିନ୍ନ ଏକ ଭାବନା ଜାଗ୍ରତ ହୁଏ । ପୋଲିସ୍ ଲୋକଙ୍କୁ ହଇରାଣ କରିବ ଲୋକଙ୍କ ଉପରେ ବିଗିଡିବ ଏଭଳି ଭାବନା ଆସିଥାଏ । ହେଲେ ପୋଲିସ ବାବୁ ମଧ୍ୟ ଲୋକଙ୍କ ପାଇଁ ମୂଲ ଲାଗିଲା ଭଲି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଦେହରେ ଖାକି ପୋଷାକ ଏବଂ ହାତରେ କୋଦାଳ ଧରି ମାଟି ହାଣୁଲେ ପୋଲିସ ଅଧିକାରୀ । ଏଭଲି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅଂଚଳରେ । ପଦ୍ମପୁର ଉପଖଣ୍ଡର ଓଡିଶା ଛତିଶଗଡ ସିମାନ୍ତରେ ଅବସ୍ଥିତ ଜଗଦଳପୁର ଥାନା । ଜଗଦଲପୁରରୁ ଧଉରାଭଟା ରାସ୍ତା ଦୀର୍ଘ ଦିନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ତିଆରି କରିଥିଲା । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି ।

କିନ୍ତୁ ଦୀର୍ଘ ଦିନ ହେବ ରାସ୍ତା ମରାମତି ନହେବା କାରଣରୁ ରାସ୍ତା ଅତି ଶୋଚନୀୟ ହୋଇପଡିଥିଲା । ରାସ୍ତାର ଅବସ୍ଥା ଠିକ ନ ଥିବା କାରଣରୁ ଲୋକମାନେ ବହୁ ହଇରାଣ ହେଉଥିଲେ । ଜଗଦଲପୁର ପୋଲିସ୍ ନାଇଟ ପେଟ୍ରୋଲିଂ ସାରି ସକାଳୁ ସକାଳୁ ଏହି ରାସ୍ତା ମରାମତି କାମରେ ଲାଗ ପଡିଥିଲେ । ହାତରେ କୋଦାଳ ଧରି ମୋରମ ଗୁଡିକୁ ସମତୁଲ କରିବା ସହ କିପରି ଭାବେ ଲୋକମାନେ ଠିକ ଭାବରେ ଯିବା ଆସିବା କାରି ପାରିବେ ସେଥିପାଇଁ ଲାଗି ପଡିଥିଲେ । ଜଗଦଲପୁର ପୋଲିସର ଏଭଲି ମହାନ କାର୍ଯ୍ୟ ଯୋଗୁଁ ଏହି ଅଂଚଳର ବହୁ ଲୋକ ଉପକୃତ ହେବେ ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.