ରାଜନୀତିରେ ପାଦ ଥାପିଲେ ପୋଲିସ୍‌ ବାବୁ, ଚାକିରି ଛାଡି ହେଲେ ସମିତି ସଭ୍ଯ ପ୍ରାର୍ଥୀ

ଗୁଣପୁର(କେନ୍ଯୁଜ୍) : ଜନସାଧାରଣଙ୍କ ତଥା ମାଟି ମା ର ସେବା କରିବା ଲକ୍ଷ ନେଇ ରାଜନୀତିରେ ପାଦ ଥାପିଲେ ପୋଲିସ୍‌ ବାବୁ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାମନଗୁଡ଼ା ବ୍ଲକ ଅଧିନସ୍ଥ ଉକୁମ୍ବା ପଞ୍ଚାୟତରେ।

ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ୍‌ ନାରାୟଣ ଗୁଡା ଗ୍ରାମରେ ରବି ଶଙ୍କର ଗମାଙ୍ଗଙ୍କ ଜନ୍ମ । ୨୦୦୬ ମସିହାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେତେବେଳୁ ଲୋକଙ୍କ ସେବା କରିବା ଆଶା ନେଇ ୨୦୧୦ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ୨୦୧୭ ମସିହାରେ ରାଉରକେଲା ଓ ଏସ୍‌ ଏ ପି ବାଟାଲିୟନ ର ଇନିସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ ରବି ଶଙ୍କର। କିନ୍ତୁ ରାଜନୀତି ରେ ଯୋଗ ଦେବା ଇଛା ତାଙ୍କୁ ଚାକିରି ଜୀବନ ରୁ ଦୁରେଇ ଆଣିଥିଲା। ୨୦୧୮ ମସିହାରେ ଚାକିରି ଛାଡି ରାଜନୀତି ରେ ଯୋଗ ଦେଇଥିଲେ। ଲକ୍ଷ ଥିଲା ୨୦୧୯ ମସିହା ସାଧାରଣ ନିର୍ବାଚନ ରେ ଗୁଣପୁର ଆସନରୁ ବିଧାୟକ ପାର୍ଥି ହେବେ। କିନ୍ତୁ ତାହା ସଫଳ ହୋଇପାରିନଥିଲା। ତେଣୁ ଚଳିତ ପଞ୍ଚାୟତ ର୍ନିବାଚନରେ ରାମନଗୁଡ଼ା ବ୍ଲକ ଅଧ୍ୟକ୍ଷ ପଦବୀ କୁ ନଜର ରେ ରଖି ମଇଦାନରେ ଓହ୍ଲାଇ ଛନ୍ତି ରବି ଶଙ୍କର। ବର୍ତ୍ତମାନ ସେ ରାମନଗୁଡ଼ା ବ୍ଲକ ଉକୁମ୍ବା ପଞ୍ଚାୟତ ର ସମିତି ସଭ୍ଯ ପ୍ରାର୍ଥୀ ଭାବେ ର୍ନିବାଚନ ରେ ଲଢୁଛନ୍ତି ।

ଉକ୍ତ ପଞ୍ଚାୟତ ର ଭୋଟରଙ୍କ କହିବା ହେଲା ସେମାନେ ଜଣେ ଶିକ୍ଷିତ ଯୁବକ ଙ୍କୁ ନିଜ ପଞ୍ଚାୟତ ର ସମିତି ସଭ୍ଯ ପ୍ରାର୍ଥୀ ରୁପେ ପାଇ ବହୁତ ଖୁସି ଅଛନ୍ତି। ଅପର ପକ୍ଷେ ଚଳିତ ତ୍ରିସ୍ତରୀୟ ପଂଚାୟତ ର୍ନିବାଚନ ରେ ବିଭିନ୍ନ ଅଂଚଳରେ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବାରୁ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ରାଜନୈତିକ ସମୀକ୍ଷକ ନିଜ ମତ ରଖିଛନ୍ତି। ରବି ଶଙ୍କର ଲୋକଙ୍କ ଦ୍ୱାରା କେତେ ଦୂର ଗ୍ରହଣୀୟ ହେଉଛନ୍ତି ତଥା ଓ ଭୋଟରଙ୍କ ଆଶା କେତେଦୂର ପୂରଣ କରିପାରୁଛନ୍ତି ତାହା ସମୟ କହିବ।

ରାୟଗଡା ଜିଲ୍ଲା ଗୁଣପୁରରୁ ରାଜେଶ କୁମାର ପାଢୀ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.