କୁମ୍ଭକର୍ଣ୍ଣ ନିଦ୍ରାରେ ପୋଲିସବାବୁ: ଡ଼ାକିଡ଼ାକି ଥକିଲେ ସ୍ଥାନୀୟ ବାସିନ୍ଦା

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନାରେ ଜଣେ ପୋଲିସ ବାବୁ କାର୍ୟ୍ୟରତ ସମୟରେ ଶୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଘରେ ଶୋଇ ଶୋଇ ତାଙ୍କୁ ନିଦ ଅଣ୍ଟିଲାନି ଏଣୁ ଶେଷକୁ ଥାନାକୁ ଘର ବନାଇଦେଲେ ପୋଲିସବାବୁ। ଆଉ ଶୋଇପଡ଼ିଲେ ନିଘୋଡ଼ ନିଦରେ। ଏମିତି ନିଦଯେ ସେଠାରେ ଉପସ୍ଥିତ ଲୋକ ଡ଼ାକିଲା ପରେ ମଧ୍ୟ ତାଙ୍କ ନିଦ ଭାଙ୍ଗିଲାନି। ପୋଲିସବାବୁ ଜଣଙ୍କ ଥାନାର ସବଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ଭୋଇ ବୋଲି ଜଣାପଡ଼ିଛି।

ଭୋଇ ବାବୁ ଏପରି ନିଦରେ ଶୋଇଥିଲେ କି, ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିବା ସ୍ଥାନୀୟ ଲୋକ ତାଙ୍କୁ ଡ଼ାକିଡ଼ାକି ଶେଷକୁ ନିରାଶ ହୋଇ ଫେରିଯାଇଥିଲେ। ଥାନାର ଡ଼ାଏରୀ ଇନ୍ ଚାର୍ଜ ଅଫିସର ଥିବା ବେଳେ ତାଙ୍କର ଏପରି କାରାନାମା ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି।

ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ, ଜନସାଧାରଣଙ୍କ ସାହାଯ୍ୟ କରିବା ଛାଡ଼ି ତାଙ୍କ ନିଜ ପୂରା କରିବାରେ ବ୍ୟସ୍ତ ଅଛନ୍ତି। ସମସ୍ତ ଅସୁବିଧାକୁ ଆଖିଠାର ମାରି ଦେଇ ଶାନ୍ତିରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି ଥାନାବାବୁ। ତେବେ ପୋଲିସ ବିଭାଗ ପାଇଁ ଏହା ଏକ ଲଜ୍ଜାଜନକ କାର୍ୟ୍ୟ ବୋଲି କୁହାଯାଉଛି। ଏନେଇ ପୁଲିସ ବିଭାଗରୁ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତାଙ୍କର ଏପରି ଶୋଇବାର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.