ନୀଳଗିରି : କୁଆଡ଼େ ଗଲେ ସୁନା ଲୁଟେରା । ଦୁର୍ବୃତ୍ତଙ୍କୁ ଧରିବାକୁ ନୀଳଗିରି ପୋଲିସର ତନାଘନା । ନୀଳଗିରି ସନ୍ତରIଗଡ଼ିଆ ଅଞ୍ଚଳରେ ଗହଣା ଦୋକାନୀଙ୍କଠାରୁ ଲୁଟ୍ କରି ଫେରାର ହୋଇଯାଇଛନ୍ତି ଲୁଟେରା । ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ତେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି ଗହଣା ଦୋକାନୀ ।
କୁଳିଗଡି ଗାଁର କୃପାସିନ୍ଧୁ ରଣା ସନ୍ତରାଗଡ଼ିଆ ମାର୍କେଟରେ ଥିବା ତାଙ୍କ ଗହଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଦୁଇଟି ବାଇକରେ ଚାରିଜଣ ଲୁଟେରା ପିଛା କରିଥିଲେ । ତାଙ୍କୁ ଅଟକାଇ ତାଙ୍କୁ ବନ୍ଧୁକ ଦେଖାଇ ବ୍ଲାଙ୍କ ଫାୟାରିଂ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଥିବା ବ୍ୟାଗ ଲୁଟିନେଇ ଫେରାର ହୋଇଯାଇଥିଲେ । ଲୁଟେରାଙ୍କୁ ଧରିବାକୁ ନୀଳଗିରି ପୋଲିସର ତନାଘନା ତଦନ୍ତ ଜାରି ରଖିଛି ।
Also Read : ଆଜିଠୁ ମାଟ୍ରିକ ପରୀକ୍ଷା, AI-ଯୁକ୍ତ CCTV କ୍ୟାମେରା ନଜରରେ ସମସ୍ତ ପରୀକ୍ଷା ସେଣ୍ଟର