ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା: ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଏୟାରପୋର୍ଟରେ ହାଇଡ୍ରାମା । ଏୟାରପୋର୍ଟରୁ ପ୍ରେମୀଯୁଗଳଙ୍କୁ ଉଠାଇ ଆଣିଲା ପୋଲିସ । ବେଙ୍ଗାଳୁରୁରୁ ଫେରୁଥିଲେ ପ୍ରେମୀଯୁଗଳ । ଏୟାରପୋର୍ଟରେ ପ୍ରେମୀଯୁଗଳଙ୍କୁ ଜଗିଥିଲେ ଉଭୟଙ୍କ ପରିବାର ଲୋକ। ଏହି ଘଟଣା ବିଷୟରେ ପୋଲିସ ଜାଣିବା ପରେ ଏୟାରପୋର୍ଟ ଥାନା ପୋଲିସ ପହଂଚି ଉଭୟ ପ୍ରେମୀ ଯୁଗଳଙ୍କୁ ଥାନାକୁ ଆଣି ବୁଝାସୁଝା କରୁଛି।

ଏପଟେ ଉଭୟ ପୁଅ ଓ ଝିଅଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ବୁଝାବଣା କରୁଛି । ଉଭୟ ଝିଅ ଓ ପୁଅ ବେଙ୍ଗାଲୁରୁରେ ପାଠ ପଢୁଥିଲେ । ସେଠାରେ ସେମାନଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.