ହାଜତ ମୃତ୍ୟୁ ଅଭିଯୋଗ ନେଇ ବରଗଡ଼ରେ ପୋଲିସ-ଜନତା ମୁହାଁମୁହିଁ, ଘଉଡାଇବାକୁ ପୋଲିସର ଲାଠିଚାର୍ଜ

ବରଗଡ଼(କେନ୍ୟୁଜ୍):  ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଅଶାନ୍ତ ବରଗଡ ସହର । ପୋଲିସ-ଜନତା ମୁହାଁମୁହିଁ । ଭିଡ଼ ଘଉଡାଇବାକୁ ପୋଲିସର ଲାଠିଚାର୍ଜ । ଗତକାଲି ଗୋବିନ୍ଦଙ୍କୁ ଥାନାକୁ ଆଣି ବରଗଡ ଟାଉନ ପୋଲିସ ପିଟିି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏହାର ପ୍ରତିବାଦରେ ଆଜି ଗାନ୍ଧୀ ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା ।

ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକ । ସ୍ଥାନୀୟ ବାସିନ୍ଦାଙ୍କ ସହ ପରିବାର ଲୋକ ପ୍ରତିବାଦ କରୁଥିବା ବେଳେ ପୋଲିସ ଭିଡ ଘଉଡ଼ାଇବାକୁ ଉଦ୍ୟମ ବେଳେ ଅପ୍ରୀତିକର ପରିସ୍ଥିତି ଉପୁଜିଛି ।

Leave A Reply

Your email address will not be published.