ନିଶା କାରବାର ଅଭିଯୋଗରେ ରେଡ୍‌, ଗଞ୍ଜେଇ ମିଳିଥିବା ଦୋକାନୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର : ରାଜଧାନୀରେ ୧୦ରୁ ଅଧିକ ଚା ଓ ପାନ ଦୋକାନରେ ସ୍ପେଶାଲ ସ୍କ୍ୱାର୍ଡର ରେଡ ।  ମିଳିଲା ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ପାଇଁ ବ୍ୟବହୃତ କାଗଜ ।  ଏସବୁ ରଖିଥିବା ଦୋକାନୀଙ୍କୁ ଉଠାଇନେଲା ପୋଲିସ । ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ପାନ ଓ ଚା ଦୋକାନ ଉପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରଥିଲା ।  ରେଡରେ ଭିନ୍ନ ଭିନ୍ନ ପ୍ରକାରର ଗଞ୍ଜେଇ ରାପର ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ ।

ଗଞ୍ଜେଇ ଟାଣିବା ପାଇଁ ଏହି ଫ୍ଲେବର୍ କାଗଚ ବା ରାପର୍ ସବୁ ବ୍ୟବହାର କରାଯାଉଥିଲା ।  ଏହାର ଦାମ ୧୨୦ରୁ ୧୪୦ ଟଙ୍କା ବୋଲି ସୂଚନା ମିଳିଛି । ଏହି ସବୁ ଗଞ୍ଜେଇ ମିଳିଥିବା ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ । ସ୍ପେଶାଲ କ୍ରାଇମ ୟୁନିଟ ADCP ଅନୁପ କାନୁନଗୋଙ୍କ ନେତୃତ୍ୱରେ ସ୍ପେଶାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ କରିଥିଲେ । ପଥର ଗାଡ଼ିଆ, ପ୍ରଶାନ୍ତିବିହାର, ମ୍ୟାଗନେଟ ଛକ ଆଦି ଅଞ୍ଚଳରେ ଥିବା ଚା, ପାନ ଦୋକାନରେ ହୋଥିଲା ଚଢାଉ ।

 

 

ଆହୁରି ପଢ଼ନ୍ତୁ :  ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଲେନ ଡ୍ରାଇଭ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ