କଟକ: ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ, ବିପୁଳ ପରିମାଣର ସୂତା ବଣ୍ଡଲ ଜବତ

କଟକ(କେନ୍ୟୁଜ୍): କଟକ ପୁରିଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ। ଏଭଳି ସୂତା ବିକ୍ରି ଓ ମାଞ୍ଜା ସୂତା ଲଗାଇ ଗୁଡି ଉଡାକୁ ବେଆଇନ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ଯସ୍ତ ହୋଇଛି । ବିଗତ ବର୍ଷମାନଙ୍କରେ ଗୁଡ଼ିସୂତା ଯୋଗୁଁ ଏକାଧିକା ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିଛି । ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କଟକରେ ଗୁଡ଼ି ଉଡା ଉପରେ କଟକଣା ଲଗାଇବା ନିମନ୍ତେ ଗତ ଜାନୁଆରୀ ୩ତାରିଖରେ ଏକ ଜନ ସ୍ବାର୍ଥ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା ।

ଆସନ୍ତା ୧୪ତାରିଖ ଦିନ ପବିତ୍ର ମକର ସଂକ୍ରାନ୍ତି ପାଳନ ପରିପ୍ରେକ୍ଷୀରେ କଟକ ସହରରେ ପ୍ରବଳ ଗୁଡ଼ି ଉଡ଼ାଇବାର ସମ୍ଭାବନା ଥିବାରୁ ଏଥି ପୂର୍ବରୁ ଗୁଡ଼ି ଓ ସୂତା ବିକ୍ରୟ ଗୋଦାମ ଉପରେ ପୁରୀଘାଟ ଥାନା ପୋଲିସ ଚଢାଉ ଆରମ୍ଭ କରିଛି । ଏହି ଚଢାଉ ସମୟରେ ବିପୁଳ ପରିମାଣର ଗୁଡ଼ି, ନଟେଇ, ସୂତା ବଣ୍ଡଲ ଆଦି ଜବତ କରାଯାଇଛି । ତେବେ ବିଗତ ବର୍ଷ ମାନଙ୍କରେ ପ୍ରାୟ ୮ରୁ ଉର୍ଦ୍ଧ୍ୱ ଲୋକ ଯିବାବେଳେ ବେକରେ ଗୁଡ଼ି ସୂତା ଗୁଡ଼ାଇ କଟି ଯିବା ଯୋଗୁଁ ପ୍ରାଣ ହରାଇଛନ୍ତି । ତେବେ ଏଭଳି ଦୁର୍ଘଟଣାକୁ ଏଡାଇବା ପାଇଁ ଗୁଡ଼ି ଉଡ଼ା ଉପରେ କଟକଣା ଜାରି କରାଯାଇଛି । ଏଥି ସହିତ ଆଗାମୀ ଦିନରେ କଟକ ସହରର ସମସ୍ତ ଗୁଡ଼ି, ସୂତା ବିକ୍ରି କରୁଥିବା ଦୋକାନରେ ଚାଉ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.