ନାଇଟ୍‌ କର୍ଫ୍ୟୁ ବେଳେ ଡେଲ୍‌ଟା ଛକ ଟ୍ରାଫିକ ପୋଷ୍ଟ ଉପରେ ଚାଲିଥିଲା ବାର୍ଥଡେ ସେଲିବ୍ରେସନ: କମିନଶନର ପହଞ୍ଚିବା ପରେ ଛତ୍ରଭଙ୍ଗ ଦେଲେ ଯୁବଗୋଷ୍ଠୀ

ଭୁବନେଶ୍ବର(କେନ୍ୟୁଜ୍):ନାଇଟ୍‌ କର୍ଫ୍ୟୁରେ ମହଙ୍ଗା ପଡ଼ିଲା ବାର୍ଥ ଡେ ସେଲିବ୍ରେସନ । ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁବେଳେ କିଛି ଅମାନିଆଙ୍କୁ ସାବାଡ୍‌ କରିଛନ୍ତି ପୋଲିସ କମିଶନର। ଗତକାଲି ରାତିରେ ଡେଲ୍‌ଟା ଛକ ଟ୍ରାଫିକ ପୋଷ୍ଟ ଉପରେ ବାର୍ଥ ଡେ ସେଲିବ୍ରେସନ କରୁଥିଲେ ଏକାଧିକ ଯୁବକ। ଘଟଣାସ୍ଥଳରେ ଛିଡା କରିଥିଲେ ୧୨ରୁ ଅଧିକ ଗାଡି। ତେବେ ନାଇଟ୍‌ ପାଟ୍ରୋଲିଂ ବେଳେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ ପୋଲିସ କମିଶନର।

ସିପିଙ୍କୁ ଦେଖି ଯିଏ ଯୁଆଡେ ପାରିଲେ ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଘଟଣାସ୍ଥଳରୁ ବାଇକ ଗୁଡିକୁ ଜବତ କରି ଥାନାକୁ ଆଣିଥିଲା। ତେବେ ଏପର୍ଯ୍ୟନ୍ତ କେହି ଗାଡି ନେବାକୁ ଥାନାକୁ ଆସିନାହାଁନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.