ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍, ୩ ଗିରଫ

ପାରାଦୀପ: ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍ । ଘଟଣାରେ ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି ।
ପୋଲିସର ସୂଚନା ମୁତାବକ, ପିକ୍ଅପ୍ ଭ୍ୟାନ୍ରେ ଚୋରା ସାମଗ୍ରୀ ଆଣି ସମୁଦ୍ରକୁ ନେଇଯାଉଥିଲେ ଗିରଫ ଅଭିଯୁକ୍ତ ମାନେ । ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନେହରୁ ବଙ୍ଗଳା ଫିସିଂ ହାର୍ବର ପରିସରରୁ ପିକଅପ ଭ୍ୟାନରେ ଆଣିଥିବା ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀଗୁଡ଼ିକୁ ଜବତ କରିଥିଲା ।
ଏହା ସହ ଡ୍ରାଇଭର୍ ଓ ବୋଟ୍ ମାଲିକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।
ଆହୁରି ପଢ଼ନ୍ତୁ : ସେୟାର ମାର୍କେଟିଂ ଟ୍ରେଡିଂ ନାଁରେ କୋଟି କୋଟି ଠକେଇ ମାମଲା, ଆସାମରୁ ମାଷ୍ଟରମାଇଣ୍ଡ ଗିରଫ