ଭୁବନେଶ୍ୱର ଆଇଜି ପାର୍କ ନିକଟରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା, ପରିସ୍ଥିତି ଏମିତି ହେଲା ଯେ ଆସିଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା। ଆଇଜି ପାର୍କ ନିକଟରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରେମିକା ବାହା ହେବା ପାଇଁ ଜିଦ୍‌ ଧରିଥିବାବେଳେ ରାଜି ହେଉନାହାନ୍ତି ପ୍ରେମିକ। ଅଭିଯୋଗ ମୁତାବକ, ଉଭୟ କିଛି ମାସ ହେବ ପ୍ରେମ ସମ୍ପର୍କରେ ଥିଲେ। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି ଯୁବତୀ। ଯୁବକ ଜଣକ କିଛିଦିନ ଧରି ଧରାଛୁଆଁ ଦେଉନଥିଲେ। ଯୁବକଙ୍କ ଘରକୁ ଯାଇ ଅନେକ ଥର ନିରାଶ ହୋଇ ଫେରିଛନ୍ତି ଯୁବତୀ । ଯୁବକଙ୍କ ଘର ରାଉରକେଲା ବୋଲି ଜଣାପଡିଛି। ଲକଡାଉନ ସମୟରେ ଯୁବତୀ ଜଣକ ରାଉରକେଲା ଯାଇଥିଲେ। ଗତକାଲି ସାଙ୍ଗ ହୋଇ ଭୁବନେଶ୍ୱରରେ ପହଂଚିଥିଲେ । ଆଜି ଆଇଜି ପାର୍କ ନିକଟରେ ଯୁବତୀ ବିବାହ କରିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ଯୁବକ ଏଥିରେ ରାଜି ନହେବାରୁ ଯୁକ୍ତିତର୍କ ହେବା ସହ ହାତାହାତି ହୋଇଥିଲେ। କ୍ୟାପିଟାଲ ଥାନା ପୋଲିସ ପହଂଚି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.