ହିଂସା ପରେ ଆକ୍ସନ ମୋଡରେ ପୋଲିସ, ଉଠା ଦୋକାନକୁ ହଟାଇଲା ପୋଲିସ

ଭୁବନେଶ୍ୱର (କେନ୍ଯୁଜ) : ଗତକାଲିର ହିଂସା ପରେ ଆକ୍ସନ ମୋଡରେ ପୋଲିସ । ମାଷ୍ଟରକ୍ୟାଣ୍ଟିନରେ କମିଶନରେଟ ପୋଲିସର ପଦକ୍ଷେପ । ବେଆଇନ ଦୋକାନ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଷ୍ଟେସନ ଛକ ଉପରେ ଗଣ୍ଡଗୋଳ କରିଥିବା ଲୋକଙ୍କ ଦୋକାନକୁ ହଟାଇଲା ପୋଲିସ । ଉଭୟଙ୍କ ଅସ୍ଥାୟୀ ଦୋକାନକୁ ହଟାଇଛି ପୋଲିସ ।

ଗତକାଲି ମଦ କାରବାର ଓ ଦୋକାନ ଭାଗବଣ୍ଟାକୁ ନେଇ ରକ୍ତରଞ୍ଜିତ ହୋଇଥିଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌। ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ରାସ୍ତାରେ ପକାଇ ଅମାନୁଷିକ ଭାବେ ପିଟିବା ସହ ହାଣିଥିଲେ ଦୁର୍ବୃତ୍ତ । ଖାରବେଳନଗର ମାଳିସାହି ଅଞ୍ଚଳର ରାଜା ଓ ନରେଶଙ୍କ ସମେତ ୧୨ରୁ ଅଧିକ ଦୁର୍ବୃତ୍ତ ୪ଜଣଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ।

Leave A Reply

Your email address will not be published.