୯ବର୍ଷ ପରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କଲା ପୋଲିସ, ପୁଅ ରହିବ କାହା ପାଖରେ !

ବାଲେଶ୍ୱର : ଦୀର୍ଘ ୯ବର୍ଷ ପରେ ନାବାଳକକୁ ଉଦ୍ଧାର କଲା ପୋଲିସ । ବାପା, ମାଙ୍କ ଝଗଡାରେ ନାବାଳକ ପୁଅର ଭବିଷ୍ୟତ । ୯ବର୍ଷ ହେବ ବାପା ପାଖରେ ରହୁଥିବା ପୁଅ ଏବେ କାହା ପାଖରେ ରହିବ ତାକୁ ନେଇ ସସ୍ପେନ୍ସ। ନାବାଳକ ପୁଅକୁ ନେବ କିଏ ବାପା, ମା ନା CWC ।

ଗତ ୨୦୧୬ ମସିହାରେ ବାଲେଶ୍ବର ମେଣ୍ଢାଶୁଳ ଅଞ୍ଚଳର ସୀମା ଶତପଥୀ ନାମକ ମହିଳା ତାଙ୍କ ସ୍ୱାମୀଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା ।  ତେବେ ବାପା ୪ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା । ସାଢେ ୯ବର୍ଷ ପର୍ଯ୍ୟନ୍ତ ପିଲା ଓ ବାପାର ଠିକଣା ପାଇନଥିଲା ପୋଲିସ ।  ବର୍ତ୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀରୁ ନାବାଳକକୁ ଉଦ୍ଧାର କରିଛି ପୋଲିସ ।  ଏହାସହ ବାପା କମଳାକାନ୍ତ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ବାଲେଶ୍ୱର ପରିବାର ଅଦାଲତରେ ମାମଲା ବିଚାରଧୀନ ଥିଲା ବେଳେ ବାପା କମଳାକାନ୍ତ ମିଶ୍ରଙ୍କୁ ବେଲ ଖାରଜ କରି ତାଙ୍କୁ ଏକ ମାସ ପାଇଁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଛି  । ବର୍ତ୍ତମାନ ସୁଦ୍ଧା ନାବାଳକ ପୁଅକୁ cwc କୁ ହସ୍ତାନ୍ତରିତ କରିଯାଇଥିବା ବେଳେ ପୁଅ କାହା ପାଖରେ ରହିବ ତାକୁ ନେଇ ଅଦାଲତରେ କୌଣସି ନିଷ୍ପତି ଆସିନାହିଁ ।

 

ଆହୁରି ପଢ଼ନ୍ତୁ : ଜମାକାରୀଙ୍କ ଜମା ଟଙ୍କା ଆତ୍ମସାତ ଅଭିଯୋଗ, ପୋଷ୍ଟ ଅଫିସ୍ ସମ୍ମୁଖରେ ଧାରଣା