ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ରଙ୍କୁ ରାତି ୨ଟାରେ ଉଦ୍ଧାର କଲା ପୋଲିସ୍
ଢେଙ୍କାନାନ: ଢେଙ୍କାନାଳ ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ରଙ୍କୁ ରାତି ୨ଟାରେ ଉଦ୍ଧାର କଲା ପୋଲିସ୍ । ଢେଙ୍କାନାଳ ସଦର ଥାନା ପୋଲିସ୍ ଏବଂ ବନ କର୍ମଚାରୀ ମିଳିତ ଭାବେ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଉଦ୍ଧାର କରିଛନ୍ତି ।
ରାତି ୨ଟାରେ ଉଦ୍ଧାର ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଚିକିତ୍ସା କରାଇଥିଲା ପୋଲିସ୍ । ସମସ୍ତଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଭଲ ରହିଛି । ସମସ୍ତଙ୍କୁ ସଦର ଥାନାକୁ ନିଆଯାଇଛି । ପରିବାର ଲୋକ ଆସିବା ପରେ ଛାତ୍ର ମାନଙ୍କୁ ହସ୍ତାନ୍ତର କରାଯିବ ।
ଛାତ୍ର ମାନେ ଅନ୍ଧାର ଓ ବର୍ଷା ଯୋଗୁ ବାଟବଣା ହେବା ପରେ ପୋଲିସ୍ ହେଲପ୍ ଲାଇନକୁ ଫୋନ କରି ସାହାଯ୍ୟ ମାଗିଥିଲେ । ପୋଲିସ୍ ଓ ବନ ବିଭାଗ ଟିମ୍ ପହଞ୍ଚି ଦୀର୍ଘ ସମୟର ପରିଶ୍ରମ ପରେ ପାହାଡ଼ରୁ ଉଦ୍ଧାର କରିଥିଲେ ।
କଟକ ଅଞ୍ଚଳରୁ ବୁଲିବାକୁ ଆସି ପାହାଡ ଉପରକୁ ଯାଇ ବାଟବଣା ହୋଇଥିଲେ ଛାତ୍ର । ୫ ଜଣଙ୍କ ମଧ୍ୟରୁ ଢେଙ୍କାନାନ ଜିଲ୍ଲାର କାମଧେନୁ କୋଟ ଗ୍ରାମର ହିଂମାଶୁ ଦାସଙ୍କର ଅନ୍ୟ ୪ ଜଣ ସହପାଠୀ । ଏମାନେ ହେଲେ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ସୁଜିତ ସାହୁ ଓ ଲକି ଦାସ ।